ଜେଲରେ ଥିବା ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ, ଅଧିକ ପଚରାଉଚରା କରାଯିବ ବୋଲି କହିଲେ ସିପି

କେନ୍ୟୁଜ୍(ବ୍ୟୁରୋ): ଜେଲରେ ଥାଇ  ବି ଅପରାଧିକ  ନେଟୱାର୍କ ବଢାଉଥିବା ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ  ନେବ କମିଶନରେଟ ପୋଲିସ  । ଏନେଇ ସୂଚନା ଦେଇଛନ୍ତି  ପୋଲିସ କମିଶନର ସୁଧାଂଶୂ ଷଡଙ୍ଗୀ। ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ  ଆଣି ଅଧିକ ପଚରାଉଚରା କରାଯିବ ବୋଲି ସିପି କହିଛନ୍ତି।  ଗତକାଲି ଡି-ବ୍ରଦର୍ସଙ୍କ ଘରୁ  ବନ୍ଧୁକ ୧୭ ଟି ବନ୍ଧୁକ, ୧୨ ମଗାଯିନ, ୧୦୫୫ ଗୁଳି ଜବତ କରିଥିଲା କମିଶନରେଟ  ପୋଲିସ। ଏହି ଘଟଣାରେ ୮ ଜଣଙ୍କୁ  ଗିରଫ କରାଯିବା ସହ ୪ଟି  ବାଇକ୍ ଜବତ କରାଯାଇଛି।

୨୦୧୬ରେ ଡି-ବ୍ରଦର୍ସ ଗିରଫ ପୂର୍ବରୁ  ଏହି  ସବୁ ବନ୍ଧୁକ ଓ ଗୁଳିକୁ ଘରର କପବୋର୍ଡରେ  ଲୁଚାଇ ରଖିଥିଲେ। ଯାହାକୁ ଗତକାଲି ପୋଲିସ ଜବତ କରିଛି। ବନ୍ଧୁକ ଓ ଗୁଳି ସବୁ  ବିହାରର ମୁଙ୍ଗେରୀରୁ  ଅଣାଯାଇଥିବାର ସୂଚନା ଦେଇଛନ୍ତି ସିପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.