ଜଳେଶ୍ୱରରେ ଡେଙ୍ଗୁ ଆତଙ୍କ, ୩୪ ରୋଗୀ ବାଲେଶ୍ୱର ଓ କଟକ ଏସ୍‌ସିବିରେ ଚିକିତ୍ସିତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକରେ ଡେଙ୍ଗୁ ଆତଙ୍କ । ୩୪ ଜଣ ଡେଙ୍ଗୁ ରୋଗୀ ବାଲେଶ୍ୱର ଓ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମହମ୍ମଦ ନଗର ପାଟଣା ଗାଁରେ ସର୍ବାଧିକ ୧୭ ରୋଗୀ ଚିହ୍ନଟ ହୋଇଛନ୍ତି । ଡ୍ରେନରେ ପାଣି ଜମିବା ସହ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଜମି ରହଥିବାରୁ ଡେଙ୍ଗୁ ବ୍ୟାପୁଥିବା କୁହାଯାଉଛି । ସେପଟେ ଡେଙ୍ଗୁ ବ୍ୟାପୁଥିବା ଗାଁରେ ପରିସ୍କାର ପରିଚ୍ଛନ୍ନ ଉପରେ ଗୁରୁତ୍ୱ ଦିଆଯିବା ସହ ଘର ଘର ବୁଲି ଲୋକ ରକ୍ତ ନମୂନା ସଂଗ୍ରହ କରାଯାଉଥିବା ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.