ହୀରାକୁଦରେ ବ୍ୟାପୁଛି ଝାଡାବାନ୍ତି : ଶତାଧିକ ଆକ୍ରାନ୍ତ, ଜଣେ ମୃତ

ହୀରାକୁଦରେ ବ୍ୟାପୁଛି ଝାଡାବାନ୍ତି । ଡାଇରିଆରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରାନ୍ତ ହୋଇଛନ୍ତି ୧୫୩ ଜଣ । ୭ ଜଣ ଗୁରୁତରଙ୍କୁ ବୁର୍ଲା ଭୀମସାର ଡାଇରିଆ ୱାର୍ଡରେ ଭର୍ତ୍ତି କରାଯାଇଛି ।

ସମ୍ବଲପୁର (କେନ୍ୟୁଜ): ହୀରାକୁଦରେ ବ୍ୟାପୁଛି ଝାଡାବାନ୍ତି । ଡାଇରିଆରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରାନ୍ତ ହୋଇଛନ୍ତି ୧୫୩ ଜଣ । ୭ ଜଣ ଗୁରୁତରଙ୍କୁ ବୁର୍ଲା ଭୀମସାର ଡାଇରିଆ ୱାର୍ଡରେ ଭର୍ତ୍ତି କରାଯାଇଛି । କିଛି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଆଉ କିଛି ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ରହି ଚିକିତ୍ସିତ ହେଉଛନ୍ତି । ଦୂଷିତ ପାଣି ଯୋଗୁ ଡାଇରିଆ ବ୍ୟାପୁଥିବା କହିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।

ହୀରାକୁଦ ସହରର ଗୁରୁଦ୍ୱାରାପଡା, ଗୌଡପଡା, କାଲୋପଡା,କଦମପଡା, ତାରାସିଂପଡା, ନ୍ୟୁ ମାର୍କେଟ୍ କଲୋନି ଓ ମାଛପଡାରେ ସଂକ୍ରମଣ ହାର ବଢ଼ିଚାଲିଛି । ଏନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବା ପରେ ଆରଡିସି ଶ୍ରୀକାନ୍ତ ପୃଷ୍ଟି ଓ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଘଟଣାସ୍ଥଳ ପରିଦଶର୍ନ କରି ଚିକିତ୍ସାଧିନ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏଡିଏମଓ ଅଶୋକ ଦାସଙ୍କ ସମେତ ଏକ ଚିକିତ୍ସକ ଦଳ ସଂକ୍ରମଣ ଅଞ୍ଚଳକୁ ଯାଇଥିବା ବେଳେ ଭୀମସାରରୁ ମଧ୍ୟ ଏକ ଚିକିତ୍ସକ ଦଳ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ବିଭିନ୍ନ ପଡା ବୁଲି ଲୋକଙ୍କୁ ଫୁଟା ପାଣି ପିଇବାକୁ ସଚେତନ କରିଛନ୍ତି । ଏହାସହିତ ଦୁଇ ଗୋଟି ବାୟୋ-ଟଏଲେଟ୍ ମଧ୍ୟ ସ୍ଥାପନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.