ବାଲୁକା କଳାରେ ମସ୍କୋ ଆତଙ୍କୀ ହମଲାର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି, STOP TERRORISM ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ

ବାଲୁକାକଳାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି । ରୁଷିଆର ମସ୍କୋରେ ଆତଙ୍କୀ ହମଲାର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଆତଙ୍କୀବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ପ୍ରାୟ ୭୦ ରୁ ଊର୍ଦ୍ଧ୍ବ ନୀରିହ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ବାଲୁକାକଳା ମାଧ୍ୟମରେ ମୃତକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେବା ସହ ଘଟଣାକୁ ନିନ୍ଦା କରିଛନ୍ତି ବାଲୁକାଶିଳ୍ପୀ ।

ପୁରୀ (କେନ୍ୟୁଜ): ବାଲୁକାକଳାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି । ରୁଷିଆର ମସ୍କୋରେ ଆତଙ୍କୀ ହମଲାର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଆତଙ୍କୀବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ପ୍ରାୟ ୭୦ ରୁ ଊର୍ଦ୍ଧ୍ବ ନୀରିହ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ବାଲୁକାକଳା ମାଧ୍ୟମରେ ମୃତକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେବା ସହ ଘଟଣାକୁ ନିନ୍ଦା କରିଛନ୍ତି ବାଲୁକାଶିଳ୍ପୀ । ପ୍ରାୟ ୪ ଟନ୍ ବାଲିରେ ବାଲୁକାକଳା ତିଆରି କରାଯାଇଛି । ଏଥିପାଇଁ ତାଙ୍କୁ ପ୍ରାୟ ୫ ଘଣ୍ଟା ସମୟ ଲାଗିଥିଲା। ଏହି ବାଲକୁକଳାରେ ସୁଦର୍ଶନ ମୃତକଙ୍କ ପ୍ରତିକୃତିକୁ ସ୍ଥାନ ଦେବା ସହ ସେଥିରେ STOP TERRORISM….WE STRONGLY CONDEMN THE HENIOUS TERRORIST ATTACK IN MOSCOWର ବାର୍ତ୍ତା ଦେଇଛନ୍ତି।

ଏହି ଅବସରରେ ଭାରତୀୟ ହକି ଟିମ୍ ର ଦଳ ମହାପ୍ରଭୁଙ୍କୁ ଦର୍ଶନ କରି ବେଳାଭୂମିରେ ଏହି ସୁନ୍ଦର ବାଲୁକାକଳା ଦେଖିଥିଲେ । ପୂର୍ବତନ ଭାରତୀୟ ହକି ଟିମ୍ କ୍ୟାପଟେନ୍ ଦୀଲିପ ତିର୍କୀ ମୃତକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.