ତାପମାତ୍ରା ବଢ଼ୁଥିବାରୁ ହସ୍ପିଟାଲ ଅଗ୍ନିକାଣ୍ଡ ରୋକିବା ପାଇଁ ପଦକ୍ଷେପ, ମାର୍ଗଦର୍ଶିକା ଜାରି କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

ତାପମାତ୍ରା ବଢ଼ୁଥିବାରୁ ହସ୍ପିଟାଲ ଅଗ୍ନିକାଣ୍ଡ ରୋକିବା ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମାର୍ଗଦର୍ଶିକା । ରାଜ୍ୟମାନଙ୍କୁ ମିଳିତ ମାର୍ଗଦର୍ଶିକା ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ଏନଡିଏମଏ ।

ନୂଆଦିଲ୍ଲୀ : ତାପମାତ୍ରା ବଢ଼ୁଥିବାରୁ ହସ୍ପିଟାଲ ଅଗ୍ନିକାଣ୍ଡ ରୋକିବା ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମାର୍ଗଦର୍ଶିକା । ରାଜ୍ୟମାନଙ୍କୁ ମିଳିତ ମାର୍ଗଦର୍ଶିକା ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ଏନଡିଏମଏ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିଜ ଅଧୀନରେ ଥିବା ସମସ୍ତ ସ୍ବୀକୃତିପ୍ରାପ୍ତ ଡାକ୍ତରଖାନାଗୁଡ଼ିକୁ ସମ୍ପୂର୍ଣ୍ଣ ଯାଞ୍ଚ କରିବା, ବିଦ୍ୟୁତ୍ ଲୋଡ କ୍ଷମତାର ଅସଙ୍ଗତି ଦୂର କରିବା ଏବଂ ସମ୍ପୃକ୍ତ ରାଜ୍ୟ ଅଗ୍ନିଶମ ଏନଓସି ହାସଲ କରିବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ପରବର୍ତ୍ତୀ ପଦକ୍ଷେପର ସମୀକ୍ଷା କରିବାକୁ ସବୁ ରାଜ୍ୟକୁ ପରାମର୍ଶ ଦିଆଯାଇଛି। ଅଗ୍ନିନିର୍ବାପକ ବ୍ୟବସ୍ଥାର ନିୟମିତ ଯାଞ୍ଚ, ନିୟମିତ ଇଲେକ୍ଟ୍ରିକାଲ୍ ଲୋଡ୍ ଅଡିଟ୍, ଅକ୍ସିଜେନ୍ ନିରାପତ୍ତା, ସ୍ମୋକ୍ ଡିଟେକ୍ଟର ଏବଂ ଫାୟାର ଆଲାର୍ମ ସ୍ଥାପନ, କର୍ମଚାରୀ ପ୍ରଶିକ୍ଷଣ ଓ ଅଭ୍ୟାସ ପାଇଁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.