ବିଧାନସଭାର ଶୂନ୍ୟକାଳରେ ଉଠିଲା ରାଜ୍ୟରେ ସ୍ୱଳ୍ପ ବୃଷ୍ଟି ପ୍ରସଙ୍ଗ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ବର୍ଷା ଅଭାବ । ବର୍ଷା ନଥିବାରୁ ଅନେକ ଜିଲ୍ଲାରେ ଚାଷ କାମ ପ୍ରଭାବିତ ହୋଇଛି । ଆଜି ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ରାଜସ୍ୱମନ୍ତ୍ରୀ ପରିସ୍ଥିତିର ଅନୁଧ୍ୟାନ କରିବାକୁ ସେ ଦାବି କରିଛନ୍ତି । ସେହିପରି କଂଗ୍ରେସ ମଧ୍ୟ ଗୃହରେ ଏହି ପ୍ରସଙ୍ଗ ଉଠାଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏନେଇ ଗୃହରେ ଆଲୋଚନା ହେଉଛି, ହେଲେ ସମସ୍ୟା ସମାଧାନ ହୋଇପାରୁନାହିଁ । ରାଜ୍ୟରେ ମରୁଡ଼ି ହେବା ନିଶ୍ଚିତ । ବର୍ଷା ଅଭାବରୁ ରାଜ୍ୟରେ ଏବେ କ’ଣ ରହିଛି ଅବସ୍ଥା, ତାହା ଉପରେ ଆସନ୍ତାକାଳି ବିବୃତ୍ତି ରଖିବାକୁ ରାଜସ୍ୱ ମନ୍ତ୍ରୀଙ୍କୁ ରୁଲିଂ ଦେଲେ ବାଚସ୍ପତି।

ସେହିପରି ନୂତନ ରାଜସ୍ୱ କମିଶନ ଡିଭିଜନ ଖୋଲିବା ପାଇଁ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି । ବଲାଙ୍ଗିର ଓ ଜୟପୁରରେ ଦୁଇଟି ଡିଭିଜନ ଖୋଲିବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇଛନ୍ତି । ତୁରନ୍ତ ବୈଠକ ଡାକି ଏହି ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଦାବି କରିଛନ୍ତି । ଏହାକୁ ନେଇ ଗୃହରେ କିଛି ସମୟ ତାତି ଦେଖିବାକୁ ମିଳିଛି । ସେହିପରି ଲୋକସଭାରେ ଉଠିଛି ଲୋୟର ସୁକତେଲ ପ୍ରସଙ୍ଗ । ପ୍ରକଳ୍ପ କାର‌୍ୟ୍ୟର ଅଗ୍ରଗତି ନେଇ ବିଧାନସଭା ପରେ ବୈଠକ ଡାକିବାକୁ ମନ୍ତ୍ରୀଙ୍କୁ ରୁଲିଂ ଦେଇଛନ୍ତି ବାଚସ୍ପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.