ମାଲ୍‌ର କମାଲ୍‌ : ମଦୁଆ ପୋଲିସ୍‌ ବାବୁଙ୍କ ଉନ୍ମତ୍ତ କାଣ୍ଡ, ଭାଇରାଲ ହେଲା ଭିଡିଓ

କରଞ୍ଜିଆ (ମୟୂରଭଞ୍ଜ) କେନ୍ଯୁଜ୍: ମେଳାରେ ମାତାଲ୍‌ ପୋଲିସ। ମଦ ପିଇ ଜଣେ କନେଷ୍ଟବଳ ଲୋକଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହିର ହିଙ୍ଗୁଳା ମେଳାରେ । ମେଳା ଚାଲିଥିବାବେଳେ ହଠାତ୍‌ ଓଏପିଏଫ କନେଷ୍ଟବଳ ଗଗନ ବିହାରୀ ନାୟକ ଆରମ୍ଭ କରିଦେଇଥିଲେ ଉନ୍ମତ୍ତକାଣ୍ଡ। ନିଜର ହିତାହିତ ଜ୍ଞାନ ଭୁଲି ଲୋକଙ୍କୁ ଗାଳିଗୁଲଜ କରି ଚାଲିଥିଲେ। ଏନେଇ କିଛି ଯୁବକ ପୋଲିସକୁ ଖବର ଦେଇଥିଲେ। ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୟୂରଭଞ୍ଜ ଏସ୍‌ପି କହିଛନ୍ତି।