ପ୍ରବଳ ବର୍ଷାରେ ଭୁଶୁଡ଼ିଲା କାନ୍ଥ: ମାଆ ଓ ଝିଅଙ୍କ ମୃତ୍ୟୁ

maaସମ୍ବଲପୁର: ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘରର କାନ୍ଥ। ମାଆ ଓ ଝିଅଙ୍କ ଗଲା ଜବୀନ । ଘଟଣା ଘଟିଛି ସମ୍ବଲପୁର ଡେନସର୍ଗୀ ଗାଁରେ। ମୃତକ ଦୁଇ ଜଣ ଚଞ୍ଚଲ ପ୍ରଧାନ ଓ ଝିଅ ଭାଗ୍ୟ ପ୍ରଧାନ। ଗତକାଲି ବିଳମ୍ବିତ ରାତି ଯାଏ ବର୍ଷା ହେବାରୁ ଚଞ୍ଚଲ ପ୍ରଧାନଙ୍କ ଘରକୁ ଲାଗି ଆଉ ଜଣେ ଘର ତିଆରି କରିଥିଲେ।

maa jhiaତେବେ ରାତିରେ ନିର୍ମାଣଧୀନ ଘରର କାନ୍ଥଟି ଚଞ୍ଚଲଙ୍କ ଘର ଉପରେ ପଡିଯାଇଥିଲା। ଘଟଣାସ୍ଥଳରେ ମାଆ, ଝିଅଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।