ଛତ୍ରପୁର ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ, ଡାକ୍ତର ଅଭାବରୁ ହନ୍ତସନ୍ତ ହେଉଛନ୍ତି ରୋଗୀ

ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ । ଛତ୍ରପୁର ସମେତ ଗଞ୍ଜାମ, ଖଲ୍ଲିକୋଟ, କୋଦଳା, ପୁରୀ ଜିଲ୍ଲାର ହଜାର ହଜାର ରୋଗୀ ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି । ରୋଗୀଙ୍କ ଚିକିତ୍ସା ପାଇଁ ୨୨ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ଅଛନ୍ତି ମାତ୍ର ୮ ଜଣ ଡାକ୍ତର । ଫଳରେ ଉପଯୁକ୍ତ ଚିକିତ୍ସା ନପାଇ ବ୍ରହ୍ମପୁର ଏମକେସିଜିକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ । ଏହାଛଡ଼ା ନିରାମୟ କେନ୍ଦ୍ରରେ ମଧ୍ୟ ଦରକାରୀ ଔଷଧ ମିଳୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଛତ୍ରପୁରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.