କୃଷକ କାର୍ଡ ନାଁରେ ଜାଲିଆତି! ସରକାରୀ ୱେବସାଇଟ୍‌ ହ୍ୟାକ୍‌ କରି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା

କୃଷକ କାର୍ଡ ନାଁରେ ଜାଲିଆତି ଅଭିଯୋଗ। ଅନ୍‌ଲାଇନରେ ଚାଲିଛି ଠକେଇ। ଏଇ କିଛିଦିନ ହେବ ସରକାରଙ୍କ କୃଷି ବିଭାଗ ୱେବସାଇଟ୍‌କୁ ହ୍ୟାକ୍‌ କରି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା। ଏହାଦ୍ୱାରା କୃଷକମାନଙ୍କୁ ସରକାରୀ ଲୋଗୋ ଥିବା ଜାଲ କାର୍ଡ ପ୍ରଦାନ କରୁଛନ୍ତି ଦଲାଲ୍‌।

ଏହାସହ ପଢ଼ନ୍ତୁ: ବିଦେଶୀଙ୍କ ପ୍ରେମ: ବସ୍ତି ଛୁଆଙ୍କ ମେଳରେ ସାଉଁଟୁଛନ୍ତି ନିଆରା ଅନୁଭୂତି

card 2

ଭଦ୍ରକ ଜିଲା ଚାନ୍ଦବାଲିରେ ଏବେ କୃଷକ କାର୍ଡକୁ ନେଇ ତାତି ଜୋର୍‌ ଧରିଛି। ବିଭିନ୍ନ ସାଇବର କାଫେ ଏବଂ ଜନସେବା କେନ୍ଦ୍ରରେ ସରକାରୀ ଆଇଡିରୁ ମିଳୁଛି କୃଷକ କାର୍ଡ। ଦଲାଲମାନେ ଗାଁ ଗାଁ ବୁଲି ଲୋକଙ୍କୁ ଫସାଇ ଜାଲ କାର୍ଡ ଦେଉଛନ୍ତି। ଏଥିପାଇଁ ସେମାନେ ଆଦାୟ କରୁଛନ୍ତି ୭୦ରୁ ୧୦୦ ପଯ୍ୟର୍ନ୍ତ ଟଙ୍କା। କେତେକ କାଗଜପତ୍ର ଆଣି ଦିନେ କି ଦୁଇଦିନ ମଧ୍ୟରେ ସରକାରୀ ଲୋଗୋ ଥିବା କୃଷକ କାର୍ଡ ପ୍ରଦାନ କରୁଛନ୍ତି। ତେବେ ଏହି ସବୁ କାମ ସରକାରୀ ୱେବସାଇଟ୍‌କୁ ହ୍ୟାକ୍‌ କରାଯାଇ ଜାଲିଆତି କରାଯାଉଥିବା ଅଭିଯୋଗ ଉଠିଛି।

krusi 3

ଚାଷୀଙ୍କ ପାଇଁ ଉପଲବ୍ଧ ସରକାରୀ ୱେବସାଇଟ୍‌ରେ କୃଷି ସମ୍ବନ୍ଧିତ ବିଭିନ୍ନ ଯୋଜନା ବିଷୟରେ ସୂଚନା ଦିଆଯାଇଥାଏ। ହେଲେ ଗତ କିଛି ମାସ ହେବ ଏହି ୱେବସାଇଟ୍‌କୁ ହ୍ୟାକ୍‌ କରି ଦଲାଲମାନେ ଲକ୍ଷାଧିକ ଟଙ୍କା ଲୁଟି ଚାଲିଛନ୍ତି। ଚାନ୍ଦବାଲି ବ୍ଲକର ୩୩ଟି ପଞ୍ଚାୟତରେ ଏବେ ଏହି ସମସ୍ୟା ଜଟିଳ ରୂପ ଧାରଣ କରିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ସରକାରୀ ଲୋଗୋ ଥିବା ଏହି କାର୍ଡ ପ୍ରସ୍ତୁତ ହେଉଥିବା ବେଳେ ଜିଲା ପ୍ରଶାସନ ଏବଂ ବିଭାଗ କିପରି ଏହା ଜାଣିପାରିଲା ନାହିଁ। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ କୁହନ୍ତି, ବଜାରରେ ମିଳୁଥିବା କାର୍ଡ ନକଲି, ବ୍ଲକରେ ମାଗଣାରେ କୃଷକ କାର୍ଡ ପ୍ରଦାନ କରାଯାଉଛି।