ଗୋଠରୁ ଅଲଗା ହୋଇ ରହିଥିବା ହାତୀ ଛୁଆକୁ ଗ୍ରହଣ କଲେନି ହାତୀପଲ, ଶେଷରେ ନିଜ ହେପାଜତକୁ ନେଲା ବନବିଭାଗ

ବ୍ରହ୍ମପୁର: ଗୋଠରୁ ଅଲଗା ହୋଇ ରହିଥିବା ହାତୀ ଛୁଆକୁ ନିଜ ହେପାଜତକୁ ନେଲା ବନବିଭାଗ। ତାକୁ ନନ୍ଦନକାନନ ପଠାଯିବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ବ୍ରହ୍ମପୁର DFO। ଗଞ୍ଜାମ ଜିଲ୍ଲା ବାହୁଦା ନଦୀ ଜଳଘେରରେ ଏକ ହାତୀ ପଲ ଫସି ରହିଯାଇଥିଲେ ୧୫ଟି ହାତୀ।

ଖବର ପାଇ ବନବିଭାଗ ଓ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ଏକ ଛୋଟ ହାତୀ ଛୁଆକୁ ଦଳରୁ ଅଲଗା କରିଦେଇଥିଲେ। ମଣିଷ ଛୁଇଁ ଦେଲେ ବୋଲି ଅଛୁଆଁ ହୋଇଯାଇଥିଲା ହାତୀ ଛୁଆ। ହାତୀ ପଲ ସେଠାରେ ଘୁରି ବୁଲୁଛନ୍ତି। ସେମାନଙ୍କ ଗତିବିଧି ଉପରେ ନଜର ରଖିଛି ବନବିଭାଗ ଓ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.