ପୁରୀ ବାଲୁଖଣ୍ଡ ଅଭୟାରଣ୍ଯରେ ଭୟାବହ ଅଗ୍ନିକାଣ୍ଡ: ଲିଭାଇବାକୁ ପ୍ରୟାସ କରୁଛି ଦମକଳ ବାହିନୀ
ପୁରୀ(କେନ୍ୟୁଜ୍): ପୁରୀ-କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ଯରେ ନିଆଁ। ୧୪ ନମ୍ବର ଜୋନ ବେଲଦଳ ନିକଟରେ ଲାଗିଛି ନିଆଁ। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ପହଞ୍ଚି ପ୍ରୟାସ ଆରମ୍ଭ କରିଛି । ଗ୍ରାମବାସୀ ବି ଏଥିରେ ସାମିଲ ହୋଇ ନିଆଁକୁ ଲିଭେଇବା ପାଇଁ ପ୍ରୟାସ କରୁଛନ୍ତି । ସୂଚନା ମିଳୁଛି ଯେ କିଛି ଯୁବକ ଏଠାରେ ଭୋଜି କରୁଥିଲେ । ଏଥିରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ତୁରନ୍ତ ନିଆଁକୁ ଆୟତ୍ତ କରାନଗଲେ ବନ୍ୟଜୀନ୍ତୁଙ୍କ ଜୀବନ ବିପଦରେ ପଡିପାରେ ବୋଲି ଆଶଙ୍କା କରାଯାଇଛି ।