ବାରିପଦା ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ: ସମସ୍ତେ ସୁରକ୍ଷିତ ଥିବା କହିଲେ ସିଡିଏମଓ

ପ୍ରାୟ ଅଧଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ। ନିଆଁ ଲିଭିଯାଇଥିଲେ ମଧ୍ୟ ତୃତୀୟ ମହଲା ଧୁଆଁରେ ଭରି ରହିଛି।

ମୟୁରଭଞ୍ଜ(କେନ୍ୟୁଜ୍): ବାରିପଦା ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ତୃତୀୟ ମହଲା ଓଟି ରୁମରେ ଅଗ୍ନିକାଣ୍ଡ। ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ପ୍ରାୟ ଅଧଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ।

ନିଆଁ ଲିଭିଯାଇଥିଲେ ମଧ୍ୟ ତୃତୀୟ ମହଲା ଧୁଆଁରେ ଭରି ରହିଛି। ତୃତୀୟ ମହଲାର ରୋଗୀଙ୍କୁ  ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.