ବାଙ୍କୀ : ବାଣ ଦୋକାନରୁ ଦାଦାବଟି ଆଦାୟକୁ କେନ୍ଦ୍ର କରି ଗୁଳିକାଣ୍ଡ

ବାଙ୍କୀ (କେନ୍ୟୁଜ ):  ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ନିକଟ ମହାନଦୀ କୂଳରେ ବାଣ ଦୋକାନରୁ ଦାଦାବଟି ଆଦାୟକୁ କେନ୍ଦ୍ର କରି ଘଟିଯାଇଛି ଗୁଳିକାଣ୍ଡ । ଦାଦାବଟି ମାଗୁଥିବା ଯୁବକଙ୍କ ଗୁଳି ମାଡ଼ରେ ୨ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗତକାଲି ବିଳମ୍ବିତ ରାତିରେ ବାଁଆରା ଗାଁର ବଣ୍ଟି ପାତ୍ର ବାଣ ଦୋକାନୀଙ୍କୁ ବଟି ମାଗିବାରୁ ସେହି ଗାଁର ଗଣେଶ୍ୱର ରାଉତ ଓ ସରୋଜ ସାହୁ ଏହାକୁ ବିରୋଧ କରିଥିଲେ ।

ଏହି ଘଟଣାରେ ବଣ୍ଟିର ବାପା ଓ ବଡ଼ଭାଇ ଖଣ୍ଡାରେ ଆକ୍ରମଣ ଉଦ୍ୟମ କରିବା ସହ ବଣ୍ଟି ଚାରି ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳିମାଡ଼ରେ ଗୁରୁତର ସରୋଜକୁ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ସେହିପରି ଆହତ ଗଣେଶ୍ୱରଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଙ୍କୀ ପୋଲିସ ବଣ୍ଟିର ବାପା ଓ ବଡ଼ ଭାଇକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ମୁଖ୍ୟ ଅଭିଯୁକ୍ତ ବଣ୍ଟି ପାତ୍ରକୁ ଧରିବା ସହିତ ବନ୍ଧୁକ ଜବତ କରିବା ପାଇଁ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.