ସୁଧ ପାଇଁ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷକଙ୍କୁ ହତ୍ୟା

କଟକ(କେନ୍ୟୁଜ୍‌) : କଟକରେ ନିର୍ମମ ହତ୍ୟା । ସୁଧ ଟଙ୍କା ଆଦାୟ କରିବାକୁ ନେଇ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷକଙ୍କୁ କରାଯାଇଛି ହତ୍ୟା । ଶିକ୍ଷକ ଜଣକ ସୁଧ ଟଙ୍କା ଆଦାୟ କରିବାକୁ ଯାଇଥିବା ବେଳେ ତାଙ୍କ ଉପରେ ଭୁଜାଲିରେ ଆକ୍ରମଣ କରାଯାଇଥିଲା । ମୃତ ଅଧ୍ୟକ୍ଷ ହେଲେ ସୁଦର୍ଶନ ଶତପଥୀ ।

ଭୁଜାଲିରେ ଆକ୍ରମଣ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମାତ୍ର ୫ ହଜାର ଟଙ୍କା ପାଇଁ ତାଙ୍କୁ ଦୁର୍ବୃତ୍ତ ହତ୍ୟା କରିଥିବା କଟକ ଡିସିପି ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.