ସାଙ୍ଗର ଅଶ୍ଳୀଳ ଫଟୋ ଭାଇରାଲ୍ କଲେ ବାନ୍ଧବୀ, ଲୋକଲଜ୍ଜା ଭୟରେ କଲେ ଆତ୍ମହତ୍ୟା, ୭ କୋର୍ଟ ଚାଲାଣ

ବାନ୍ଧବୀ ସାଜିଲା ବଇରି । ଝିଅ ସାଙ୍ଗର ଅଶ୍ଳୀଳ ଫଟୋ ଭାଇରାଲ୍ କଲେ ବାନ୍ଧବୀ । ଏହାପରେ ଆତ୍ମହତ୍ୟା କଲେ ଯୁବତୀ । ଏହି ଘଟଣାରେ ବାନ୍ଧବୀ ସମେତ ୭ ଜଣଙ୍କୁ ଗିରଫ କରିଛି ପୋଲିସ ।

ବାନ୍ଧବୀ ସାଜିଲା ବଇରି । ଝିଅ ସାଙ୍ଗର ଅଶ୍ଳୀଳ ଫଟୋ ଭାଇରାଲ୍ କଲେ ବାନ୍ଧବୀ । ଏହାପରେ ଆତ୍ମହତ୍ୟା କଲେ ଯୁବତୀ । ଏହି ଘଟଣାରେ ବାନ୍ଧବୀ ସମେତ ୭ ଜଣଙ୍କୁ ଗିରଫ କରିଛି ପୋଲିସ । କଟକ ଜିଲ୍ଲା ମାହାଙ୍ଗା ଥାନା କୋଳିଅଠା ଗାଁରେ ଏହି ଘଟଣା ଘଟିଛି । ଗିରଫ ଯୁବତୀଙ୍କ ଘର ଯାଜପୁର ଜିଲ୍ଲା ଜେନାପୁର ଥାନା ଗଡମଧୁପୁର ଅଞ୍ଚଳରେ ।

ଅଭିଯୋଗ ହୋଇଛି, ଗିରଫ ଯୁବତୀ ମୃତକଙ୍କର ଅଶ୍ଳୀଳ ଫଟୋ ଉଠାଇ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଠାଇଥିଲେ । ଏହାପରେ ଫଟୋ ଭାଇରାଲ୍ କରିଥିଲା ପୁରୁଷ ବନ୍ଧୁ । ଅଭିଯୁକ୍ତମାନେ ଯୁବତୀଙ୍କୁ ବ୍ଲାକମେଲିଂ କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ।

ଶେଷରେ ଲୋକଲଜ୍ଜା ଭୟରେ ଜୀବନ ହାରିଦେଲେ କୋଳିଅଠାର ଯୁବତୀ । ତାଙ୍କ ମୋବାଇଲ୍ ଫୋନରୁ ସବୁ କଥା ଜଣା ପଡ଼ିବା ପରେ ପରିବାର ଲୋକ ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ତଦନ୍ତ କରି ସଂପୃକ୍ତ ଯୁବତୀ, ତାଙ୍କ ପୁରୁଷ ବନ୍ଧୁ ଓ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.