ନବ ଦାସକୁ ହତ୍ୟା କରିବା ପୂର୍ବରୁ ପ୍ରସ୍ତୁତ ଥିଲା ଗୋପାଳ! ବିଭିନ୍ନ କାର୍ଯ୍ୟକ୍ରମରେ ସାଙ୍ଗରେ ବୁଲୁଥିଲା; ଭାଇରାଲ ହେଲା ପୁରୁଣା ଫଟୋ

ଝାରସୁଗୁଡା (କେନ୍ୟୁଜ): ନବ ଦାସଙ୍କ ସହ ସବୁଠି ଥିଲେ ହତ୍ୟାକାରୀ ଗୋପାଳ ଦାସ । ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟକାଳ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନିକଟତର ହେବାର ଅନେକ ସୁଯୋଗ ପାଇଥିଲେ ଗୋପାଳ । ବ୍ରଜରାଜନଗର ବିଧାନସଭା କ୍ଷେତ୍ରକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ ନବ ଦାସ । ଏହି ସମୟରେ ଡ୍ୟୁଟି ହେଉ କି ସାଧାରଣ ଭାବେ ପୋଲିସ ଅଧିକାରୀ ହୋଇଥିବାରୁ ଅତି ନିକଟକୁ ଯିବା ସହଜ ହେଉଥିଲା । ବିଭିନ୍ନ କାର୍ଯ୍ୟକ୍ରମରେ ନବ ଦାସଙ୍କ ଅତି ନିକଟରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି ।

ଏବେ ଯେଉଁ ଫଟୋଟି ଦେଖୁଛନ୍ତି ତାହା ଗତ ବର୍ଷ ସେପ୍ଟେମ୍ବର ୧୮ ତାରିଖର। ଅବସର ଥିଲା ଏକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ। ସେପ୍ଟେମ୍ବରରୁ ଜାନୁଆରୀ, ଏହି ୪-୫ ମାସ ଭିତରେ କଣ ହେଲା। ଯଦି ପୂର୍ବରୁ କିଛି ଶତ୍ରୁତା ଥିଲା, ସେ ସମୟରେ ହତ୍ୟା କରିବାର ସୁଯୋଗ ପାଇପାରିଥାନ୍ତେ। ତେଣୁ ଗତ ରବିବାର ଗାନ୍ଧିଛକରେ ଗୁଳି ମାଡ଼ କରିବା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି ।

ଖବର ଅନୁଯାୟୀ, ରବିବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗାନ୍ଧି ଛକ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ଗୁଳି ମାରିଥିଲେ । ବ୍ରଜରାଜନଗରରେ ନିଜ ଝିଅ ଦୀପାଳି ଦାସଙ୍କ ଏକ କାର୍ଯ୍ୟକ୍ରମକୁ ଉଦଘାଟନ କରିବାକୁ ଯାଉଥିବା ବେଳେ ତାଙ୍କୁ ଗୁଳିମାଡ ହୋଇଥିଲା । ନବ ଦାସଙ୍କ ବାମ ଛାତିରେ ଗୁଳି ଲାଗିଥିଲା । ସଂଗେ ସଂଗେ ଚିକିତ୍ସା ପାଇଁ ତାଙ୍କୁ ଝାରସୁଗୁଡା ଜିଲ୍ଲା ହସପିଟାଲକୁ ନିଆଯାଇଥିଲା । ସ୍ଥିତି ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସପିଟାଲକୁ ଏୟାରଲିପ୍ଟ ଯୋଗେ ନିଆଯାଇଥିଲା ।
। ସେଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା

ସେପଟେ କିନ୍ତୁ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ସେହି ଦିନ ରାତିରୁ ହିଁ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ପ୍ରଥମେ ଗିରଫ ହୋଇଥିବା ଏଏସ୍‌ଆଇ ଗୋପାଳ ଦାସଙ୍କୁ ଜେରା କରିଥିଲା । ଆଉ ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା । ଆଉ ଏବେ ପୁଣି ଥରେ ଅଧିକ ତଥ୍ୟ ପାଇଁ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ ଓ ସାଇଣ୍ଟିଫିକ୍‌ ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.