କାଳିଆ ଯୋଜନାକୁ ରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ବର : ରାଜ୍ୟପାଳଙ୍କ ଅଭିଭାଷଣରେ କାଳିଆ ଯୋଜନା । ଏହି ଯୋଜନାରେ ୯୨ ପ୍ରତିଶତ ଚାଷୀ, ଭାଗ ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ଉପକୃତ ହେବେ । ଏ ଭିତରେ ୧୨.୪୫ ଲକ୍ଷ କ୍ଷୁଦ୍ର ତଥା ନାମମାତ୍ର ଚାଷୀ ଓ ପ୍ରାୟ ୫୮ ହଜାର ଭାଗଚାଷୀଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କା ହିସାବରେ ୬୫୨ କୋଟି ଟଙ୍କା ଗତ ଜାନୁଆରୀ ମାସରେ ଜମା କରାଯାଇଛି । ବିଧାନସଭା ବଜେଟ୍‌ ଅଧିବେଶନରେ ରାଜ୍ୟପାଳ ଅଭିଭାଷଣରେ ଏହା ଉଲ୍ଲେଖ କରିଛନ୍ତି । ସେହିପରି ପୁଞ୍ଜିନିବେଶକଙ୍କୁ ଆକର୍ଷଣ କରିବାରେ ଦେଶର ପ୍ରଥମ ତିନିଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ୨୩ ଲକ୍ଷ ହିତାଧିକାରୀ ସାମିଲ ହୋଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାୟ ୭୦ ଲକ୍ଷ ପରିବାରକୁ ମାଗଣା ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉଛି ।

୪୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଭତ୍ତା ଦିଆଯାଉଛି । ସାରା ଦେଶରେ ସର୍ବାଧିକ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ ଅଗ୍ରଣୀ ଲାଭ କରିଛି ଓଡ଼ିଶା । ୫୦ ହଜାର କଳାକାରଙ୍କୁ ମାସିକ ୧୨ଶହ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଆରମ୍ଭ କରିଛନ୍ତି । ୨୦୧୮ରେ ରାଜ୍ୟରେ ସାମଗ୍ରିକ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା ବୋଲି ରାଜ୍ୟପାଳଙ୍କ ଅଭିଭାଷଣରେ ଏହା କହିଛନ୍ତି । ସେପଚେ ରାଜ୍ୟପାଳଙ୍କ ମୁହଁରେ ସଫଳତା ବଖାଣିଛନ୍ତି ରାଜ୍ୟ ସରକାର ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି । ବିଶ୍ୱକପ୍‌ ହକି ୨୦୧୮ ସଫଳତାର ସହ ଆୟୋଜନ କରି ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ସରକାର ନିଜର ଦକ୍ଷତା ପ୍ରମାଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.