ଭଡାଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର(କେନ୍ୟୁଜ): ଯାଜପୁର ରୋଡ଼ ଥାନା ଦଳା ଗ୍ରାମ ଶିବ ମନ୍ଦିର ନିକଟରେ ନବ ଦମ୍ପତିଙ୍କ ଆତ୍ମହତ୍ୟା। ଏକ ଭଡ଼ା ଘରେ ଗୋଟିଏ ଫ୍ୟାନରେ ବେକରେ ରଶି ଲଗାଇ ଉଭୟେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ମୃତକ ବାଲେଶ୍ଵର ଜିଲ୍ଲା ସଦର ଥାନା ଫୁଲଓ୍ବାର କସବା ଅଞ୍ଚଳର ଜତିନ୍ଦ୍ର ନାଥ ନାୟକଙ୍କ ପୁଅ ଶଙ୍କର ଦୟାଲ ନାୟକ ଓ ତାଙ୍କ ସ୍ତ୍ରୀ ବୋଲି ଜଣାପଡିଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛନଭିନ୍ ଆରମ୍ଭ କରିଛି। କିଛି ସମୟପରେ ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଖୋଲାଯିବ ବୋଲି ପୋଲିସ କହିଛି। ଏଥିସହିତ ମୃତ ଦମ୍ପତିଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସେମାନେ ପହଞ୍ଚିବା ପରେ ଆତ୍ମହତ୍ୟାର କାରଣ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.