ବିଲରେ ବୋମା ଭିଡ଼ୁଥିବା ବେଳେ ଭୟଙ୍କର ବିସ୍ଫୋରଣ, ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ; ଜଣେ ଗୁରୁତର

କୋଲକାତା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ରବିବାର ଏକ ଦେଶୀ ବୋମା ବିସ୍ଫୋରଣ ଯୋଗୁ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଗୁରୁତର ହୋଇଛନ୍ତି। ଏ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ ମୃତକଙ୍କ ପରିଚୟ ମିଳିଛି। ସେମାନଙ୍କ ନାଁ ଫରଜାନ୍‌ ଏସ୍‌କେ (୪୫) ଏବଂ ସଫିକୁଲ ଇସ୍‌ଲାମ୍‌ (୩୦) ବୋଲି ଜଣାଯାଇଛି। ସମସ୍ତ ମୃତକ ମାନିକଚକ ଥାନା ଅଞ୍ଚଳର ଜେସରଥଲା ବାଲୁଟୋଲାରେ ଏକ ବିଲରେ ବୋମା ତିଆରି କରୁଥିଲେ। ବୋମା ଭିଡ଼ିବା ବେଳେ ହିଁ ଏହି ଦୁର୍ଘଟଣା ଘଟିଥିଲା।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ସ୍ଥାନୀୟ ଲୋକ ବିଳମ୍ବିତ ରାତି ପ୍ରାୟ ସାଢ଼େ ୧ ଟା ବେଳେ ବିସ୍ଫୋରଣ ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ। ଆମ କର୍ମୀ ମାନେ ସ୍ଥାନୀୟ ଅଞ୍ଚଳରେ ପହଞ୍ଚିବା ବେଳକୁ ୩ ଜଣ ଗୁରୁତରଙ୍କୁ ହସ୍ପିଟାଲ ନିଆ ସରିଥିଲା। ହସ୍ପିଟାଲର ଡାକ୍ତର ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ମୃତ ଘୋଷିତ କରିଛନ୍ତି। ଅନ୍ୟ ଜଣେ ବ୍ୟକ୍ତି ଏବେ ବି ମାଲଦା ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସେ କହିଛନ୍ତି, ଘଟଣାସ୍ଥଳରୁ ବୋମାରେ ବ୍ୟବହୃତ କିଛି କଞ୍ଚାମାଲ ମିଳିଛି। ପୋଲିସ କହିଛି, ଏତେ ମାତ୍ରାରେ ବିସ୍ଫୋଟକ କେଉଁଠୁ ଆସିଲା ତାର ତଦନ୍ତ ଚାଲିଛି। ସେ କହିଛନ୍ତି, ଏତେ ମାତ୍ରାରେ ବୋମା କାହିଁକି ତିଆରି କରାଯାଇଥିଲା, ଏବେ ତାହାର ମଧ୍ୟ ତଦନ୍ତ କରାଯାଉଛି।

ପୋଲିସ ଅଧୀକ୍ଷକ ପ୍ରଦୀପ କୁମାର ଯାଦବ କହିଛନ୍ତି, ବୋମା ନିଷ୍କ୍ରିୟକାରୀ ଦଳ ଏବେ ବି ଘଟଣାସ୍ଥଳରେ ମୁତୟନ ଅଛନ୍ତି। ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଏହି ବୋମା ଭିଡ଼ିବା କାର୍ଯ୍ୟରେ ନିୟୋଜିତ ଅନ୍ୟମାନଙ୍କୁ ଖୋଜାଖୋଜି କରାଯାଉଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

Also Read: ୨୦୦ କୋଟିରୁ ଅଧିକ କରୋନା ଟିକା ଦେଇ ବିଶ୍ୱ ରେକର୍ଡ କଲା ଭାରତ, ଶୁଭେଚ୍ଛା ଜଣାଇଲେ ମୋଦି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.