ସ୍ତ୍ରୀ ଶିକ୍ଷୟିତ୍ରୀ କିନ୍ତୁ ସ୍ବାମୀଙ୍କ ଚାଲୁଛି ରାଜ୍, ୫ ଛାତ୍ରୀଙ୍କୁ ମାଡ଼ ମାରି କଲେ ଲହୁଲୁହାଣ

ଆଜି ସ୍କୁଲରେ ଶୌଚାଳୟର କବାଟ ନ ଖୋଲିବାରୁ ଛାତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ଆହତ ଛାତ୍ରୀଙ୍କୁ ତୁଷୁରା ଡାକ୍ତରଖାନରେ ଚିକିତ୍ସା କରାଯାଇଥିବା ଜଣାପଡିଛି ।

ବଲାଙ୍ଗିର(କେନ୍ୟୁଜ୍):  ସ୍କୁଲ ପରିସରରେ ଛାତ୍ରୀଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ । ସନ୍ଧିତରା ସ୍କୁଲରେ ଘଟିଛି ଏପରି ଘଟଣା । ପାଞ୍ଚ ଜଣ ଛାତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କୁନ୍ତୀ ଦୀ ଙ୍କ ସ୍ୱାମୀ ରୁଦ୍ର କୁମ୍ଭାର ସ୍କୁଲକୁ ଆସି ୫ ଜଣ ଛାତ୍ରୀଙ୍କୁ ମାଡ ମାରିଥିଲେ । ରୁଦ୍ର କୁମ୍ଭାର ପ୍ରତିଦିନ ପ୍ରଧାନ ଶିକ୍ଷୟିତ୍ରୀ ଓ ତାଙ୍କ ନାତୁଣୀଙ୍କୁ ଛାଡିବାକୁ ଆସିଥାନ୍ତି ।

ଆଜି ସ୍କୁଲରେ ଶୌଚାଳୟର କବାଟ ନ ଖୋଲିବାରୁ ଛାତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ଆହତ ଛାତ୍ରୀଙ୍କୁ ତୁଷୁରା ଡାକ୍ତରଖାନରେ ଚିକିତ୍ସା କରାଯାଇଥିବା ଜଣାପଡିଛି । ବଲାଙ୍ଗିର DEO ଙ୍କ ତଦନ୍ତ ନିର୍ଦ୍ଦେଶରେ ବ୍ଲକ ଶିକ୍ଷା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.