ଆଜି ନୂଆ ବର୍ଷରେ ଆପଣଙ୍କ ଚାଲାଣ କଟିନି ତ ? ଟିକେ ଚେକ୍‌ କରି ନିଅନ୍ତୁ

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜି ୨୦୨୩ ମସିହାର ପ୍ରଥମ ଦିନ । ନୂଆ ବର୍ଷକୁ ଖୁବ୍‌ ଉତ୍ସାହରେ ପାଳନ କରୁଛନ୍ତି ଲୋକେ । ଏଥର ଉତ୍ସାହ ଦୁଇଗୁଣ ହୋଇ ଯାଇଛି । କାରଣ ଗତ ଦୁଇ ବର୍ଷ ହେଲା କରୋନା ଏସବୁ କରାଇ ଦେଉନଥିଲା । ତେଣୁ ଘରେ ବାହାରେ ସବୁଠି ଚାଲିଛି ପାର୍ଟି ଆଉ ମଉଜ ମସ୍ତି ।

ହେଲେ ଏସବୁ ଭିତରେ ଅନେକ ଲୋକ ଭୁଲି ଯାଇଛନ୍ତି ଯେ ଆଜିଠୁ ଚାଲାଣ କଟିବାର ଦିନ ଆରମ୍ଭ ହୋଇଛି । ଅର୍ଥାତ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇଥିବା ଯାନବାହନ ଟିକିଏ ଭୁଲ କଲେ ଫାଇନ୍‌ ଦେବେ । ଆଉ ଯିଏ ଏଯାଏ ନୂଆ ନମ୍ବର ପ୍ଲେଟ୍‌ ଲଗାଇ ନାହାନ୍ତି ସେମାନେ ମଧ୍ୟ ଦଣ୍ଡିତ ହେବେ ।

ଆପଣଙ୍କ ଗାଡ଼ି ଚୋରି ହୋଇଗଲେ ଏହି ନୂଆ ନମ୍ବର ପ୍ଲେଟ୍‌ ଜରିଆରେ ତାକୁ ଠାବ କରି ହେବ । ସେହିପରି ଆପଣ କୌଣସି ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ସିଧାସଳଖ ଆପଣଙ୍କ ପାଖକୁ ସେହି ନମ୍ବର ଜରିଆରେ ଚାଲାଣ ଚାଲି ଆସିବ । ତେଣୁ ଏବେ ଖୁବ୍‌ ସାବଧାନତାର ସହ ଗାଡ଼ି ଚଳାନ୍ତୁ । ଆଉ ଯଦି ସନ୍ଦେହ ଅଛି ତେବେ ଏଥିରେ ଚେକ୍‌ କରି ନିଅନ୍ତୁ ।
https://echallan.parivahan.gov.in/index/accused-challan
website କିମ୍ବା mParivahan App

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.