ରାଜଗାଙ୍ଗପୁର ଗରିଆମାଲ ଗାଁରେ ବିଦ୍ୟୁତ୍‌ ଆଘାତରେ ଦୁଇ ହକି ଖେଳାଳିଙ୍କ ମୃତ୍ୟୁ ଘଟଣା, କୋଚ୍‌ ସୁନୀଲ ଗିଗାଙ୍କୁ ଗିରଫ କରିଛି ପୋଲିସ୍

ରାଜଗାଙ୍ଗପୁର(କେନ୍ୟୁଜ): ରାଜଗାଙ୍ଗପୁର ଥାନା ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗାଁରେ ବିଦ୍ୟୁତ୍‌ ଆଘାତରେ ଦୁଇ ହକି ଖେଳାଳିଙ୍କ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଦୁଇ ଖେଳାଳିଙ୍କ କିଭଳି ମୃତ୍ୟୁ ହେଲା ସେନେଇ ତଦନ୍ତ ଚାଲିଛି। ଦୁଇ ଜଣଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଛି ଖେଳ ଡିପାର୍ଟମେଣ୍ଟ। ଯଦି କିଛି ତ୍ରୁଟି ଥିବ ପରିବାର ଲୋକଙ୍କୁ ସରକାରଙ୍କ ପକ୍ଷରୁ ସାହାଯ୍ୟ ଦିଆଯିବ ବୋଲି କହିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା।

ପବନ ହେବା ଫଳରେ ପଡିଆ ପାଖ ଦେଇ ଘରକୁ ଯାଇଥିବା ସର୍ଭିସ ତାର ବନ୍ଧାଯାଇଥିବା ଲୁହା ପାଇପ ଉପୁଡି ପଡିଥିଲା । ପିଲାମାନେ ଏହି ଲୁହା ପାଇପକୁ ପୁଣି ଥରେ ପୋତୁଥିବା ବେଳେ, ଉପରେ ଯାଇଥିବା 11 କେଭି ବିଦ୍ୟୁତ ତାରରେ ଲାଗିଯାଇଥିଲେ । ଫଳରେ ବିଦ୍ୟୁତ ଆଘାତରେ ଦୁଇ ହକି ଖେଳାଳି ସୁଜଲ ଏକ୍କା ଓ ବୀରେନ୍ଦ୍ର କୁଜୁରଙ୍କ ମୃତ୍ୟୁ ହୋଇଥିଲା। ଏପଟେ କୋଚ୍‌ ସୁନୀଲ ଗିଗାଙ୍କୁ ପୋଲିସ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.