ଚଳଚଞ୍ଚଳ ରଥଖଳା: ଆଜିଠୁ ଆରମ୍ଭ ହୋଇଛି ରଥକାମ

ପୁରୀ(କେନ୍ୟୁଜ): ଚଳଚଞ୍ଚଳ ରଥଖଳା। ଆଜିଠୁ ଆରମ୍ଭ ହୋଇଛି ରଥକାମ। ରଥ ନିର୍ମାଣ ପାଇଁ ନିୟୋଜିତ ବିଶ୍ୱକର୍ମାମାନେ ପହଞ୍ଚି ରଥ କାଠ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ପରେ ଆରମ୍ଭ ହୋଇଛି ରଥକାମ।

ଆଜ୍ଞାମାଳ ପହଞ୍ଚିବା ପରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ସୁନା କୁରାଢୀରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯାଇଥିଲା। ରଥ ନିର୍ମାଣ ପାଇଁ ଚଳିତ ବର୍ଷ ୭୮୫ ଖଣ୍ଡ କାଠ ଆବଶ୍ୟକ ହେଉଥିବାବେଳେ ବର୍ତ୍ତମାନ ସୁଦ୍ଧା ୬୧୬ ଖଣ୍ଡ କାଠ ପହଞ୍ଚି ସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.