ଖୋର୍ଦ୍ଧା ବିନୋଦପଡ଼ାର ଅଶ୍ଳୀଳ ନୃତ୍ୟ ଆୟୋଜକଙ୍କ ବିରୋଧରେ ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲା IHRC ଟିମ୍

ଖୋର୍ଦ୍ଧା(କେନ୍ୟୁଜ୍): ଅଶ୍ଳୀଳ ନୃତ୍ୟକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚିଲେ IHRC ଟିମର ସଦସ୍ୟ। ଖୋର୍ଦ୍ଧା ଜିଲ୍ଲାର ବିନୋଦପଡା ଅଞ୍ଚଳରେ କାଳିପୂଜା ଭଷାଣୀ ବେଳେ ଏକ ଅଶ୍ଳୀଳ ନୃତ୍ୟ ହୋଇଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା।
ଯାହାକୁ ନେଇ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସର ଓଡିଶା ଚାପଟର ଟିମ୍ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦାବି ପତ୍ର ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦେଖା କରି ଏହି ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ସହ ଯେଉଁ ଆୟୋଜକ ଏମାନଙ୍କୁ ପ୍ରଶୟ ଦେଉଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି କରିଛନ୍ତି।