ଆଜି ଜେଇଇ ଆଡଭାନ୍ସ , ରାଜ୍ୟରେ ୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର(କେନ୍ଯୁଜ୍): ଆଜି ଜେଇଇ ଆଡଭାନ୍ସ ପରୀକ୍ଷା । ଦୁଇଟି ସିଟିଂରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରଥମ ସିଟିଂ ସକାଳ ୯ଟାରୁ ୧୨ଟା ଏବଂ ଦ୍ଵିତୀୟ ସିଟିଂ ଅପରାହ୍ନ ସାଢେ ୨ଟାରୁ ସାଢେ ୫ଟା । ଦେଶର ୭ ଶହରୁ ଅଧିକ ପରୀକ୍ଷା କେନ୍ଦ୍ରରେ ହେବାକୁ ଯାଉଛି ଏହି ପରୀକ୍ଷା । ଜେଇଇ ମେନ୍‌ରେ ଭଲ ର‍୍ୟାଙ୍କ ରଖିଥିବା ୨ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଜେଇଇ ଆଡ୍‌ଭାନ୍ସ ପରୀକ୍ଷା ଦେବେ ।

ଚଳିତ ବର୍ଷ କୋଭିଡ୍‌ ପାଇଁ ଦେଶରେ ୪ ଥର ଅନୁଷ୍ଠିତ ହୋଇଥିଲା ଜେଇଇ ମେନ୍‌ ପରୀକ୍ଷା । ଆଇଆଇଟି ଖଡଗପୁର ଦ୍ଵାରା ଆୟୋଜିତ ହେଉଛି ଜେଇଇ ଆଡଭାନ୍ସ ପରୀକ୍ଷା । ରାଜ୍ୟରେ ୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ଏଥିପାଇଁ ୭ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି । ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ଜୟପୁର, ସମ୍ବଲପୁର, କଟକ ଓ ରାଉରକେଲାରେ ପରୀକ୍ଷା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.