ସୁନା ଦୋକାନୀକୁ ଗୁଳି କରି ଲୁଟ୍‌: ୧୫ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଅଳଙ୍କାର ନେଇ ଚମ୍ପଟ ମାରିଲେ ୩ଦୁର୍ବୃତ୍ତ

ବାସୁଦେବପୁର(କେନ୍ଯୁଜ୍): ଗୁଳି କରି ଲୁଟ୍‌। ସୁନା ଦୋକାନୀକୁ ଗୁଳି କରି ସୁନା ଅଳଙ୍କାର ଲୁଟ୍‌। ଭଦ୍ରକ ବାସୁଦେବପୁର ବ୍ଲକ ମାଛହାଟ ଛକ ନିକଟରେ ୧୫ଲକ୍ଷ ଟଙ୍କାରୁ ଅଧିକ ପରିମାଣର ସୁନା ଲୁଟ୍‌। ଗତକାଲି ବିଳମ୍ବିତ ରାତିରେ ଚକାଡୋଳା ଗହଣା ଦୋକାନର ମାଲିକ ତାପସ ସାହୁ ବ୍ୟାଗରେ ସୁନା ଧରି ଯାଉଥିବାବେଳେ ଗୁଳିଚଳାଇ ଲୁଟିଲେ ଦୁର୍ବୃତ୍ତ।

ଦୋକାନଠାରୁ ୧୦୦ ମିଟର ଦୂରରେ ୩ଜଣ ଦୁର୍ବୃତ୍ତ ତାପସଙ୍କ ଗାଡ଼ିକୁ ଅଟକାଇଥିଲେ। ଜଣେ ଧାରୁଆ ଅସ୍ତ୍ର ବାହାର କରିବା ସହ ଜଣେ ତାପସଙ୍କ ଗୋଡ଼କୁ ଗୁଳି ଚଳାଇଥିଲେ। ଅନ୍ୟ ଜଣେ ସୁନା ବ୍ୟାଗ ଧରି ଫେରାର ହୋଇଯାଇଥିଲେ। ତାପସ ଗୁଳିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଅଫୁଟା ଗୁଳି ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.