ଏଭରେଷ୍ଟ ବିଜୟିନୀଙ୍କୁ ଝୁରୁଛନ୍ତି ପର୍ବତାରୋହଣ ପ୍ରଶିକ୍ଷାର୍ଥୀ, କଳ୍ପନାଙ୍କ ଅକାଳ ବିୟୋଗ ପରେ ଦୁଃଖରେ ପଡ଼ିଛନ୍ତି ଭାଙ୍ଗି

ଏଭରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କୁ ଝୁରୁଛନ୍ତି ପର୍ବତାରୋହଣ ପ୍ରଶିକ୍ଷାର୍ଥୀ । କଳ୍ପନାଙ୍କୁ ନିଜର ଆଦର୍ଶ ଓ ପଥପ୍ରଦର୍ଶକ ଭାବେ ଗ୍ରହଣ କରି ସେମାନେ ପ୍ରଶିକ୍ଷଣ ନେଉଥିଲେ । ହେଲେ ତାଙ୍କର ଅକାଳ ବିୟୋଗ ପରେ ସେମାନେ ଭାଙ୍ଗି ପଡ଼ିଛନ୍ତି ।

ପାହାଡ଼ୀ କନ୍ୟା କଳ୍ପନା ଦାସଙ୍କୁ ଝୁରୁଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ । ଫାଙ୍କା ପଡିଛି ଷ୍ଟାଡିୟମରେ ଥିବା ଓ୍ଵାଲ କ୍ଲାଇମିଂ ଟ୍ରେନିଂ ସେଣ୍ଟର । ନା ଅଛନ୍ତି ପ୍ରଶିକ୍ଷାର୍ଥି, ନା ଚାଲିଛି ପ୍ରଶିକ୍ଷଣ । କଳ୍ପନାଙ୍କ ବିୟୋଗରେ ଖେଳିଯାଇଛି ଶୋକର ଛାୟା । ନିଜର ଆଇଡଲଙ୍କୁ ହରାଇ ପ୍ରଶିକ୍ଷାର୍ଥୀମାନେ ଭାଙ୍ଗି ପଡ଼ିଛନ୍ତି ।

hill climbing

ଏଭରେଷ୍ଟ ଶିଖର ଛୁଇଁବାକୁ ସ୍ୱପ୍ନ ରଖିଥିବା ପ୍ରଶିକ୍ଷାର୍ଥୀମାନେ ପର୍ବତାରୋହୀ କଳ୍ପନାଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଥାନ୍ତି । ସେଥିପାଇଁ ଏଠାରେ ବିଭିନ୍ନ ସମୟରେ କ୍ଲାଇମ୍ବିଂକୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ହେଲେ କଳ୍ପନାଙ୍କ ପରଲୋକ ପରେ ସମସ୍ତଙ୍କ ମନରେ ଭରି ରହିଛି ଦୁଃଖ। କେବଳ ପ୍ରଶିକ୍ଷାର୍ଥୀ ନୁହେଁ ସାରା ଓଡ଼ିଶା ତାଙ୍କୁ ଝୁରୁଛି ।

ଢେଙ୍କାନାଳର ଝିଅ କଳ୍ପନା ଦାସ ଏଭରେଷ୍ଟ ବିଜୟିନୀ ହୋଇ ଓଡିଶା ପାଇଁ ଗୌରବ ଆଣିଥିଲେ । ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ କରିବା ଫେରିବା ବେଳେ ବାଲକୋନି ଏରିଆରେ ତାଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.