କୁନି ପ୍ରତିଭା ଯୋଗରାଣୀଙ୍କ କମାଲ, ଯୋଗାଭ୍ୟାସ କରି ସାଉଁଟୁଛନ୍ତି ଚର୍ଚ୍ଚା

ବାଙ୍କି (କେନ୍ୟୁଜ) : କୁନି ବୟସରେ ଯୋଗ ରାଣୀ। ମାତ୍ର ଆଠ ବର୍ଷରେ କରୁଛନ୍ତି କମାଲ ଯୋଗାଭ୍ୟାସ। ଏତେ କମ୍‌ ବୟସରେ ଏମିତି ଯୋଗାଭ୍ୟାସ ଚକିତ କରୁଛି ଲୋକଙ୍କୁ। ଆଉ ଆଶ୍ଚର୍ଯ୍ୟକର ଯୋଗ କରି ଏବେ ଚର୍ଚ୍ଚାରେ ସାଇ ଶୁଭଶ୍ରୀ। ଆପଣ ଜାଣିଛନ୍ତି ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହେ। ଏବେ ଶିଶୁ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ କଲେଣି ଯୋଗାଭ୍ୟାସ। ଜଣେ ଆଠ ବର୍ଷର କୁନିବାଳିକା ଯୋଗ କରୁଥିବାବେଳେ ଅନ୍ୟମାନଙ୍କୁ ମଧ୍ୟ ଯୋଗ ଶିଖାଇ ଚର୍ଚ୍ଚାକୁ ଆସିଛନ୍ତି ଏହି ତୃତୀୟ ଶ୍ରେଣୀରେ ପଢ଼ୁଥିବା କୁନି ଛାତ୍ରୀ ଜଣକ। ନିଜେ ପାଠ ପଢିବାପାଇଁ ସ୍କୁଲକୁ ଯିବା ପୂର୍ବରୁ ପ୍ରତିଦିନ ସକାଳୁ ତିରିଶରୁ ଅଧିକ ପ୍ରକାରର ଯୋଗାସନ କରନ୍ତି ଏହି କୁନି ଝିଅ।

ବାଙ୍କୀ -ଡ଼ମପଡା ବ୍ଲକର ଗୋପାଳପୁର ଗାଁର ଶଗଡ଼ିଆ ସାହି। ସେଠାରେ ବିଚିତ୍ର କୁମାର ସାହୁଙ୍କ ଆଠବର୍ଷର କୁନି ଝିଅ ସାଇ ଶୁଭଶ୍ରୀ ସାହୁ ଏବେ ନିଜର ଅନନ୍ୟ ପ୍ରତିଭା ପାଇଁ ଅଛନ୍ତି ଚର୍ଚ୍ଚାରେ। ନିଜେ ଯୋଗ ଶିଖି ଏବେ ପ୍ରାୟ ତିରିଶରୁ ଚାଳିଶ ପ୍ରକାରର ଯୋଗାସନ କରୁଛନ୍ତି। ନିଜ ସାହି ପଡୋଶୀ କିମ୍ବା କେହି ଯଦିଓ ଯୋଗ ଶିଖିବା ପାଇଁ ଆସନ୍ତି ସମସ୍ତଙ୍କୁ ଶିକ୍ଷାଦାନ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି କୁନି ଯୋଗରାଣୀ। ସାତମାସ ହେଲା ଶିଖିଥିବା ଏହି କୁନି ଯୋଗରାଣୀ ଏବେ ଯୋଗ କରି ବିଭିନ୍ନ ଅନୁଷ୍ଠାନରୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି।

yogaଖାଲି ଯୋଗ ନୁହେଁ ନୃତ୍ୟପରିବେଷଣ କରିବାରେ ବି ବେଶ୍‌ ଓସ୍ତାଦ ସାଇ ଶୁଭଶ୍ରୀ। କୁନି ଯୋଗରାଣୀଙ୍କ ଠାରୁ ଶିଖିବାପାଇଁ ଯେତିକି ଲୋକ ଆସନ୍ତି ତାଠୁ ଅଧିକ ଆସନ୍ତି ଏହି ତୃତୀୟ ଶ୍ରେଣୀରେ ପଢ଼ୁଥିବା ଆଠବର୍ଷର କୁନି ଝିଅ ଶୁଭଶ୍ରୀଙ୍କୁ ଦେଖିବା ପାଇଁ।

ଯୋଗ ଶିଖିବା ସହିତ ନୂର୍ତ୍ତ୍ଯ ଶିଖିବା ପାଇଁ ବାପା ଓ ମା ସହିତ ପରିବାରର ସମସ୍ତ ସଦସ୍ୟଙ୍କର ସ୍ୱତନ୍ତ୍ର ପ୍ରେରଣା ରହିଛି। ଜଣେ ଭଲ ଯୋଗରାଣୀ ହେବା ପଛରେ ପରିବାର ଲୋକ ମାନଙ୍କର ପ୍ରୋତ୍ସାହନ ରହିଛି। ବାପା ଜଣେ ବ୍ୟବସାୟୀ ଓ ମା ଜଣେ ଗୃହିଣୀ ହୋଇଥିଲେ ବି ଶୁଭଶ୍ରୀଙ୍କୁ ସବୁବେଳେ ବାପା ଓ ମା ଉତ୍ସାହିତ କରିବାରୁ ଆଜି ଏତେ ବାଟରେ ପହଁଚି ପାରିଥିବା ଗ୍ରାମବାସୀ ମାନେ କହିଛନ୍ତି। ତେବେ ଭବିଷ୍ୟତରେ ଜଣେ ଭଲ ଯୋଗରାଣୀ ଭାବେ ରାଜ୍ୟ ସହ ସାରା ଦେଶରେ ନାଁ ରଖୁବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

ତେବେ ଏହି ଯୋଗସାନ କରୁଥିବା କୁନି ଝିଅଟିକୁ ସରକାରୀ ଭାବେ ସିକୃତି ପ୍ରଦାନ କରାଗଲେ ହୁଏତ ଆଗକୁ ଯାଇ ରାଜ୍ୟର ଜଣେ ପ୍ରତିଭାବାନ ଯୋଗଗୁରୁ ପାଲଟିଯାଇପାରନ୍ତେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.