ମାନସ ସ୍ୱାଇଁ ହତ୍ୟା ମାମଲା: କୋର୍ଟରେ ପହଁଞ୍ଚିଲା ହତ୍ୟାରେ ବ୍ୟବହୃତ ସାମଗ୍ରୀ, ରେକର୍ଡ ହେଲା କେୟାର ଟେକରର ବୟାନ

ଟାଙ୍ଗୀ (କେନ୍ୟୁଜ) : ବହୁ ଚର୍ଚ୍ଚିତ ମାନସ ହତ୍ୟାକାଣ୍ଡ ଘଟଣା ଚାନ୍ଦବାଲି ଜେ.ଏମ୍.ଏଫ୍.ସି କୋର୍ଟରେ ଦୟାଲ ଆଶ୍ରମର କେୟାର ଟେକର ସୋନିଙ୍କର ୧୬୪ ବୟାନ ରେକର୍ଡ କରାଯାଇଛି । ଏହା ସହିତ ହତ୍ୟାରେ ବ୍ୟବହୃତ ସାମଗ୍ରୀ କୋର୍ଟରେ ଏକଯ୍ୟୁକୁଟ କରାଯିବା ସହିତ ସିଲ୍ କରାଯାଇ ଫରେନ୍ସିକ୍ ଲ୍ୟାବକୁ ପଠାଇବାର ବ୍ୟବସ୍ଥା କରାଯାଇଛି। ତା ସହିତ ଅଭିଯୁକ୍ତ ମାନଙ୍କର ଟିଆଇ ପ୍ୟାରେଡ଼ ପାଇଁ କ୍ରାଇମବ୍ରାଞ୍ଚ ତରଫରୁ ଆବେଦନ କରାଯାଇଛି।
ଆଜି କ୍ରାଇମବ୍ରାଞ୍ଚର ଡ଼ିଏସ୍ପି କଳ୍ପନା ସାହୁ ଓ ଅନ୍ୟ ପୋଲିସ୍ କର୍ମଚାରୀ କେୟାର ଟେକର ଓ ହତ୍ୟା ବ୍ୟବହୃତ ଜିନିଷ ଆଣି କୋର୍ଟ ରେ ପହଞ୍ଚିଥିଲେ। ୩ଘଣ୍ଟା କାଳ ଜେ.ଏମ୍.ଏଫ୍.ସି ରେ କେୟାରଟେକରଙ୍କର ବୟାନ ରେକର୍ଡ କରାଯାଇଥିଲା। ପୁଣି ତାଙ୍କୁ ନେଇଯାଇଥିଲେ।