ଖୋଲୁଛି ମନିଷ ଅନୁରାଗଙ୍କ ଡେଥ୍‌ ସସପେନ୍ସ : ଆତ୍ମସମର୍ପଣ ପରେ ଭୁବନେଶ୍ୱରରେ ରାତି ତମାମ ଦୁଇ ସାଙ୍ଗଙ୍କୁ ଜେରା

ଭୁବନେଶ୍ୱର(କେନ୍ଯୁଜ୍): ଖୋଲୁଛି ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ଡେଥ୍‌ ସସପେନ୍‌ସ । ଫୁଲବାଣୀରେ ଆତ୍ମସମର୍ପଣ କରିଥିବା ଦୁଇଜଣଙ୍କୁ ଭୁବନେଶ୍ୱର ଆଣିଛି ପୋଲିସ । ଦିନେଶ ମହାପାତ୍ର ଓରଫ୍‌ ଲିଟୁ ଓ ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନାକୁ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସ।

ସ୍ପେଶାଲ ସ୍କ୍ଵାଡର ଏକ ଟିମ୍‌ ରାତି ତମାମ ପଚରାଉଚରା କରିଛି। ମୃତ୍ୟୁ ପୂର୍ବରୁ ମନିଷ ସାଙ୍ଗମାନଙ୍କ ସହ ପାତ୍ରପଡା ହୋଟେଲ ସାଉଥ୍‌ ସିଟିରେ ଥିଲେ । ବିଳମ୍ବିତ ରାତି ୩ଟା ୨୯ ବେଳେ ସେ ହୋଟେଲରୁ ବାହାରିଥିଲେ । ସିସିଟିଭିରେ ସେହି ସମୟର ଭିଜୁଆଲ୍‌ କଏଦ ଅଛି । ତାଙ୍କ ସହ ନଜର ଆସିଥିଲେ ଆଉ କିଛି ଲୋକ । ସେମାନେ କିଏ ? ସେଦିନ ହୋଟେଲ୍‌ ଭିତରେ କଣ ଚାଲିଥିଲା ? ଆଉ କେହି ଥିଲେ କି ? ହୋଟେଲ୍‌ ବାହାରେ କଣ ହୋଇଥିଲା ? କାର୍‌ରେ କଣ ହୋଇଥିଲା ? ଏନେଇ ପୋଲିସ ପଚରାଉଚରା କରିଛି ।

ସୂଚନା ଥାଉକି, ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ଘଟଣାରେ ଗତକାଲି ୨ ଜଣ ଆତ୍ମସମର୍ପଣ କରିଥିଲେ। ଫୁଲବାଣୀ ଟାଉନ ଥାନାରେ ୨ ଯୁବକ ଆତ୍ମସମର୍ପଣ କରିଥିଲେ। ମୃତ୍ୟୁ ପୂର୍ବରୁ ମନୀଷଙ୍କ ସହ ହୋଟେଲରେ ଥିଲେ ଏହି ୨ ଯୁବକ।CCTV ଫୁଟେଜ୍‌ ଆଧାରରେ ଉଭୟଙ୍କୁ ଚିହ୍ନଟ କରିଥିଲା ପୋଲିସ। ଅନ୍ୟ ଜଣଙ୍କୁ ପୋଲିସ ଉଠାଇ ଆଣି ପଚରାଉଚରା କରୁଛି ପୋଲିସ ।

ସୂଚନା ଥାଉକି, ଶ୍ୱାସରୁଦ୍ଧ କାରଣରୁ ମନୀଷଙ୍କ ମୃତ୍ୟୃ ଘଟିଥିବା ଜଣାପଡିଛି। ମୃତଦେହ ବ୍ୟବଛେଦ ରିପୋର୍ଟ ପ୍ରାଥମିକ ତଥ୍ୟ ଅନୁସାରେ ଏହି ସୂଚନା ମିଳିଛି। ତେବେ କିଭଳି ମନିଷଙ୍କ ଶ୍ୱାସରୁଦ୍ଦ ହେଲା ତାହା ପରେ ଜଣାପଡିବ। କାରରେ ହତ୍ୟା ପରେ ପୋଖରୀରେର ଫିଙ୍ଗିଦିଆଯାଇଥିବା ସନ୍ଦେହ କରାଯାଉଥିଲା। ସେପଟେ ମନିଷ ସାଙ୍ଗ ସହିତ ଇନଫୋସିଟିରୁ ଯେଉଁ ଧଳା କାରରେ ଯାଇଥିଲେ ତାକୁ ଜବତ କରିଥିଲା ପୋଲିସ । ଅଧିକ ତଦନ୍ତ ପାଇଁ ଇନଫୋସିଟି ଥାନା ପୋଲିସ ସାଉଥ୍‌ସିଟି ହୋଟେଲକୁ ମଧ୍ଯ ସିଲ୍‌ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.