ଡିମାଣ୍ଡ ଅନୁସାରେ ଝିଅ ଯୋଗାଉଥିଲା, ସେକ୍ସ ରାକେଟର ପର୍ଦ୍ଦାଫାସ କଲା ହ୍ୱାଟ୍ସଆପ୍‌

ନୂଆଦିଲ୍ଲୀ : ଗୌତମ ବୁଦ୍ଧ ନଗର ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ମାନବ ଚାଲାଣ ୟୁନିଟ୍ ହ୍ୱାଟ୍ସଆପ୍‌ ଜରିଆରେ ସେକ୍ସ ରାକେଟ କାରବାରରେ ଜଡିତ ଏକ ଗ୍ୟାଙ୍ଗର ନେତାଙ୍କୁ ଗିରଫ କରିଛି। ଏହି ମାମଲାରେ ପୋଲିସ ଘଟଣାସ୍ଥଳରୁ ଚାରି ଜଣ ବାଳିକାଙ୍କୁ ମଧ୍ୟ ଉଦ୍ଧାର କରିଛି। ପୋଲିସ ଦାବି କରିଛି ଯେ ଅଭିଯୁକ୍ତ ମାନେ ଗ୍ରାହକଙ୍କୁ ଚାହିଦା ଅନୁଯାୟୀ ଝିଅ ଯୋଗାଉଥିଲେ। ଯେଉଁଠାରେ ଗ୍ରାହକ ଝିଅ ମାନଙ୍କୁ ଡାକନ୍ତି, ସେମାନେ ସେଠାରେ କାର ମାଧ୍ୟମରେ ପହଞ୍ଚାଉଥିଲେ ।

ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ହ୍ୱାଟ୍ସଆପ୍‌ ଏବଂ ଇଣ୍ଟରନେଟ୍ ମାଧ୍ୟମରେ ଅନଲାଇନ୍ ବୁକିଂ କରି ସେକ୍ସ ରାକେଟ ବ୍ୟବସାୟ ଚଳାଉଥିଲା। ଏହି ଲୋକମାନେ ଗ୍ରାହକଙ୍କ ଠାରୁ ଅଗ୍ରୀମ ପେମେଣ୍ଟ ନେବା ପରେ କେବଳ ଝିଅ ମାନଙ୍କୁ ସେମାନଙ୍କ ନିକଟକୁ ପଠାଉଥିଲେ । ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଏକ କାର ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିଛି।

ସୂଚନା ଅନୁସାରେ ଏହି ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ନିଜେ ଗ୍ରାହକ ଭାବରେ ସେଠାରେ ପହଞ୍ଚିଥିଲେ। ଏହି ଗ୍ୟାଙ୍ଗମାନେ ହ୍ୱାଟ୍ସଆପ୍‌ ରେ ଗ୍ରାହକଙ୍କୁ ଝିଅ ମାନଙ୍କର ଅନ-ଡିମାଣ୍ଡ ଫଟୋ ମଧ୍ୟ ପଠାନ୍ତି ବୋଲି ପୋଲିସ କହିଛି । ଏହି ଫଟୋକୁ ପସନ୍ଦ କରିବା ପରେ ଅଭିଯୁକ୍ତ ଝିଅ ମାନଙ୍କୁ ତାଙ୍କ କାର ମାଧ୍ୟମରେ ଗ୍ରାହକଙ୍କ ଘର କିମ୍ବା ହୋଟେଲ ରୁମକୁ ନେଇଯାନ୍ତି । ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ସଲମାନଙ୍କ ବିରୋଧରେ ବିଭିନ୍ନ ପୋଲିସ ଷ୍ଟେସନରେ ୧୦ ରୁ ଅଧିକ ମାମଲା ରୁଜୁ ହୋଇସାରିଛି।

ପୋଲିସ ଅଭିଯୁକ୍ତଙ୍କ ଠାରୁ ୪ ଜଣ ବାଳିକାକୁ ମଧ୍ୟ ଉଦ୍ଧାର କରିଛି। ଏଥିରେ ପଶ୍ଚିମବଙ୍ଗର ଦୁଇ ଝିଅ ଅଛନ୍ତି ଏବଂ ଗାଜିଆବାଦ ଓ ଦିଲ୍ଲୀର ମଧ୍ୟ ଝିଅ ମାନେ ଏଥିରେ ସାମିଲ ଅଛନ୍ତି ବୋଲି ସୂଚନା ମିଳିଛି । ପଚରାଉଚରା ବେଳେ ଝିଅ ମାନେ କହିଥିଲେ ଯେ ଅଭିଯୁକ୍ତମାନେ ସେମାନଙ୍କୁ ସେକ୍ସ ରାକେଟରେ ଜବରଦଖଲ କରୁଛନ୍ତି। ଅନ୍ୟ ପଟେ ଅଭିଯୁକ୍ତ ଗ୍ୟାଙ୍ଗରେ ଜଡିତ ଅନ୍ୟ ଝିଅ ମାନଙ୍କୁ ମଧ୍ୟ ପୋଲିସ ଉଦ୍ଧାର କରିବାକୁ ଚେଷ୍ଟା କରୁଛି। ଦିଲ୍ଲୀ ଏନସିଆରରେ ନୋଏଡା ପୋଲିସର ଅନେକ ଟିମ୍ ଉପରେ ଚଢ଼ଉ କରିଛି ବୋଲି ଖବର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.