ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ମନ୍ମଥ ରାଉତରାୟ, ଜଟଣୀ ଆସନରୁ ଲଢିବା ନେଇ ଚର୍ଚ୍ଚା

ଶଙ୍ଖ ଭବନରେ ସୁରଙ୍କ ସାନ ପୁଅ। ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ମନ୍ମଥ ରାଉତରାୟ । ନବୀନ ଓ ସୁରଙ୍କ ଆଦର୍ଶରେ ବାଟ ଚାଲିବେ ବୋଲି ମନ୍ମଥ ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଶଙ୍ଖ ଭବନରେ ସୁରଙ୍କ ସାନ ପୁଅ। ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ମନ୍ମଥ ରାଉତରାୟ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସାଂସଦ ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ। ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଛନ୍ତି ମନ୍ମଥ ରାଉତରାୟ।  ଶଙ୍ଖ ଭବନରେ ପହଞ୍ଚି ମନ୍ମଥ କହିଛନ୍ତି, ନବୀନନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାମିଲ ହେବାକୁ ଯାଉଛି । ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ । ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି । ମୋତେ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି । ନିର୍ବାଚନ ଲଢିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବେ । ମୁଁ ଶୃଙ୍ଖଳିତ କର୍ମୀ ଭଳି କାମ କରିବି । ଏପଟେ ମନ୍ମଥଙ୍କୁ ଜଟଣୀବାସୀଙ୍କୁ ସମର୍ଥନ ପାଇଁ ସୁର ନିବେଦନ କରିଛନ୍ତି ।

ଏପଟେ ମନ୍ମଥଙ୍କୁ ଜଟଣୀବାସୀଙ୍କୁ ସମର୍ଥନ ପାଇଁ ସୁର ନିବେଦନ କରିଛନ୍ତି । ଚଳିତ ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଛନ୍ତି ସୁରେଶ ରାଉତରାୟ । ସାନ ପୁଅ ମନ୍ମଥ ରାଉତରାୟଙ୍କୁ ତାଙ୍କ ଉତ୍ତରାଧିକାରୀ ଘୋଷଣା କରିଛନ୍ତି । ଏବେ ଚର୍ଚ୍ଚା ମନ୍ମଥ କେଉଁଠୁ ଲଢ଼ିବେ ? ବିଧାୟକ ପ୍ରାର୍ଥୀ ହେବେ ନା ସାଂସଦ ପ୍ରାର୍ଥୀ ହେବେ ? ଚର୍ଚ୍ଚା ହେଉଛି ବିଧାୟକ ହେଲେ ଜଟଣୀ ଓ ସାଂସଦ ପ୍ରାର୍ଥୀ ହେଲେ ଭୁବନେଶ୍ବରରୁ ଲଢ଼ିପାରନ୍ତି ମନ୍ମଥ । ପୁଅ ମନ୍ମଥଙ୍କୁ ସୁର ରାଉତରାୟ ଖୋଲା ସମର୍ଥନ ଜଣାଇଛନ୍ତି। ସୁରଙ୍କ ଖୋଲା ସମର୍ଥନ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବଡ଼ ପ୍ରଭାବ ପକାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.