MCL ଦେଶର ଏକ ନମ୍ବର କୋଇଲା ଉତ୍ପାଦନକାରୀ କମ୍ପାନୀ

କେନ୍ୟୁଜ୍(ବ୍ୟୁରୋ): MCL ଦେଶର ଏକ ନମ୍ବର କୋଇଲା ଉତ୍ପାଦନକାରୀ କମ୍ପାନ । ଗତ ଆର୍ଥିକ ବର୍ଷ ୨୦୨୧-୨୨ରେ MCLର ବାର୍ଷିକ କୋଇଲା ଉତ୍ପାଦନ ୨୦ ନିୟୁତ ଟନ୍‌ ବଢ଼ି ୧୬୮ ନିୟୁତ ଟନରେ ପହଞ୍ଚିଛି । ୨୦୨୧-୨୨ରେ ଏହି ପରିମାଣ ଥିଲା ୧୪୮ ନିୟୁତ ଟନ୍‌ । ଏହି ସମୟରେ MCLର କୋଇଲା ପରିବହନ ୧୪୬ ନିୟୁତ ଟନରୁ ୩୦ ନିୟୁତ ଟନ ବୃଦ୍ଧି ଘଟି ୧୭୬ ନିୟୁତ ଟନରେ ପହଞ୍ଚିଥିଲା ।

ଗତବର୍ଷ ସରକାରଙ୍କୁ ୧୩ ହଜାର କୋଟି ଟଙ୍କାର ରାଜସ୍ୱ ଦେଇଛି ଏମସିଏଲ । ସେଥିରୁ ୨୫ ଶହ କୋଟି ଟଙ୍କା ଓଡ଼ିଶା ସରକାର କୋଇଲା ରାୟଲଟି ବାବଦରେ ପାଇଛନ୍ତି । ଏହାସହ କମ୍ପାନି ରାୟଲଟିର ୩୦% ହାରରେ ରାଜ୍ୟ DMFକୁ ୭ ଶହ କୋଟିରୁ ଅଧିକ ଟଙ୍କା ଦେଇଛି । କରୋନା ମହାମାରୀ ସମୟରେ ୧୬ ଶହ ବେଡ୍‌ ଜରିଆରେ ୧୩ ହଜାରରୁ ୧୪ ହଜାର ରୋଗୀଙ୍କୁ ସେବା ଯୋଗାଇଛି କମ୍ପାନି ।

୨୦୨୧-୨୨ରେ MCL ସିଏସ୍‌ଆରରେ ୧୮୭ କୋଟି ଟଙ୍କା ଖର୍ଚ୍ଚ କରିଛି । ଗତ ଆର୍ଥିକ ବର୍ଷ MCL ୩୭ ଶହ କୋଟି ମୂଳଧନ ଖଟାଇଥିଲା । ୨୦୨୨-୨୩ ଆର୍ଥିକ ବର୍ଷ କମ୍ପାନି ଆଉ ୩୯ ଶହ କୋଟି ଟଙ୍କା ପୁଞ୍ଜି ନିବେଶ କରିବାକୁ ଲକ୍ଷ୍ୟ ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.