ମୁମୂର୍ଷୁ ଅବସ୍ଥାରେ ନିଖୋଜ ନାବାଳକ ଉଦ୍ଧାର, ଫୋପାଡି ଦେଇ ପଳାଇଲେ ଦୁର୍ବୃତ୍ତ

ବଣାଇ(କେନ୍ଯୁଜ୍): ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲା ନିଖୋଜ ନାବାଳକ। ଫୋପାଡି ଦେଇ ପଳାଇଗଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ଗାଁରେ ଏହି ଅଘଟଣ ଘଟିଛି। ସୂଚନା ଅନୁଯାୟୀ, ସୋଲ ଗାଁର ଦିଲୀପ ଦର୍କାଙ୍କ ପୁଅ ସୁଗମ ଗତକାଲି ସାଙ୍ଗ ମାନଙ୍କ ସହ ଖେଳିବାକୁ ଯାଇଥିଲେ।

ସନ୍ଧ୍ୟା ସୁଦ୍ଧା ଘରକୁ ନଆସିବାରୁ ପରିବାରଲୋକେ ଖୋଜାଖୋଜି କରିଥିଲେ। ଏହାପରେ ନିଖୋଜ ନେଇ ଗୁରୁଣ୍ଡିଆ ଥାନାରେ ଏତଲା ଦେଇଥିଲେ। ପରେ ଏକ ଧାନ ବିଲରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କୁଚିଣ୍ଡା ଓ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଏ ଓ କେଉଁଥିପାଇଁ ଏଭଳି ମରଣାନ୍ତକ ଆକ୍ରମଣ କରି ନାବାଳକକୁ ଫୋପାଡିଦେଲା ସେନେଇ କାରଣ ଜମାପଡିନି। ଗୁରୁଣ୍ଡିଆ ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.