କମୁଛି ସଂକ୍ରମଣ ହେଲେ ଯାଇନି ଡର, ସତର୍କତା ଭିତରେ ପୂଜା ଆୟୋଜନ କରିବାକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ : ପାର୍ବଣରେ ଭିଡ କମାଅ। ପାର୍ବଣ ସମୟରେ ପଞ୍ଚସୂତ୍ରୀ ନୀତି କଡାକଡି ପାଳନ କରିବାକୁ କେନ୍ଦ୍ରର ତାଗିଦ୍‌। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି। କୋଭିଡର ଉପଯୁକ୍ତ ବ୍ୟବହାର, ଟେଷ୍ଟ, ଟ୍ରାକ, ଟ୍ରିଟ ଓ ଟିକାକରଣକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି। ସେଥିପାଇଁ ଅନେକ ରାଜ୍ୟରେ କଟକଣା କୋହଳ କରାଯାଇଛି। କିନ୍ତୁ ଆଗକୁ ପାର୍ବଣ ଆସୁଥିବାରୁ ସେଥିପ୍ରତି ଆମକୁ ସତର୍କ ରହିବାକୁ ପଡିବ। ପାର୍ବଣ ସମୟରେ ହାଟ, ବଜାର ଓ ଦୋକାନରେ ଲୋକଙ୍କ ଭିଡ ହେବ। ଭିଡରେ ସଂକ୍ରମଣ ପୁଣି ଥରେ ବଢିବା ଆଶଙ୍କା ରହିଛି।

ତେଣୁ କୋଭିଡ୍‌ ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି। ଏଥିସହ ପ୍ରତି ଜିଲ୍ଲାରେ ଦୈନିକ ପଜିଟିଭ୍‌ ହାର, ହସ୍‌ପିଟାଲ ଓ ଆଇସିୟୁ ବେଡ୍‌ରେ କେତେ ରୋଗୀ ରହିଛନ୍ତି ତାହାକୁ ନିୟମିତ ଭାବେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। କୋଭିଡ୍‌ ସଂକ୍ରମଣ ଚେନ୍‌ ରୋକିବାକୁ ହେଲେ ଟିକା ହିଁ ଆମ ପାଖରେ ସବୁଠୁ ବଡ ଅସ୍ତ୍ର। ତେଣୁ ଯେତେ ସଂଖ୍ୟକ ଲୋକଙ୍କୁ ଟିକାକରଣ କରାଯାଇପାରିବ ସେନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସ୍ୱରାଷ୍ଟ୍ର ସଚିବ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.