ପଶୁ ହେଲେ ବି ଅଛି ହୃଦୟ: ନିଜ ଆହତ ଛୁଆ ବାଛୁରୀ ପଛେ ପଛେ ପ୍ରାୟ ୩ କିଲୋମିଟର ଦୌଡ଼ିଲା ମା’ଗାଈ

ମାଲକାନଗିରି: ମା ଠାରୁ କୌଣସି ଛୋଟ ଶବ୍ଦ ନାହିଁ କି ମା ଠାରୁ କିଛି ବଡ ଅର୍ଥ ନାହିଁ । ଏ ଦୁନିଆରେ ବିନା ସ୍ବାର୍ଥରେ ଯଦି କେହି ଭଲ ପାଇବା ଦେଇଥାଏ ସେ ହେଉଛି ସେହି ମା । ନିଜେ ଦୁଃଖରେ ରହି ଆମକୁ ହସାଉଥିବା ମଣିଷ ହେଉଛି ସେହି ମା । ମା ର ହୃଦୟ ସବୁଠାରୁ ବଡ଼। ସେ ପଶୁ ହେଉ ଅବା ମଣିଷ। ମା ର ଭଲପାଇବା କେହି ବି କେବେ ଦେଇପାରିବେନି।

motherତେବେ ମଣିଷ ଭଳି ପଶୁଙ୍କର ବି ହୃଦୟ ରହିଛି । ସେମାନଙ୍କୁ ବି କଷ୍ଟ ହୁଏ । ଆଉ ମଣିଷ ଭଳି ସେମାନେ ମଧ୍ଯ ନିଜ ଛୁଆ ପାଇଁ କିଛି ବି କରିପାରନ୍ତି । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ସହରରେ। ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଅଜଣା ଗାଡ଼ି ଧକ୍କାରେ ଏକ ବାଛୁରୀଟି ଗୁରୁତର ଆହତ ହୋଇଥିଲା । ନିଜ ଛୁଆକୁ ଛଟପଟ ହେଉଥିବା ଦେଖି ଅସହାୟ ଅବସ୍ଥାରେ ସେମିତି ରାସ୍ତା ଉପରେ ଅନାଇ ରହିଥିଲା ମା ଗାଈଟି । ତେବେ ଆଖ ପାଖରେ ଥିବା କିଛି ସହ୍ରୁଦୟ ବ୍ଯକ୍ତି ଏହି ଦୃଶ୍ୟ ଦେଖିବା ପରେ ଆହତ ବାଛୁରୀକୁ ଉଦ୍ଧାର କରିଥିଲେ । ଗୋଟିଏ ଟଲି ରିକ୍ସାରେ ଚିକିତ୍ସା ପାଇଁ ପଶୁ ଚିକିତ୍ସାଳୟକୁ ନେଇ ଯାଇଥିଲେ ।

ଏହି ସମୟର ଦ୍ରୁଶ୍ଯଟି ଭାଇରାଲ୍ ହେବାରେ ଲାଗିଛି। ନିଜ ଛୁଆକୁ ଟଲିରେ ନେଇଯାଉଥିବା ଦେଖି ପଛେ ପଛେ ଦୌଡ଼ିଥିଲା ବାଛୁରୀଟିର ମା ’ । ପ୍ରାୟ ୩ କିଲୋମିଟର ଦୂରରେ ଥିବା ଚିକିତ୍ସାଳୟ ପର୍ଯ୍ୟନ୍ତ ସେମିତି ଚାଲିଥିଲା ଆଉ ବାଛୁରୀର ଜୀବନ ବଞ୍ଚାଇବା ପାଇଁ ବିକଳ ହେଉଥିବା  ସ୍ପଷ୍ଟ ବାରି ହୋଇପଡୁଥିବା ତା ଆଖିକୁ ଦେଖି ।

mother loveତେବେ ବାଛୁରୀଟିକୁ ଡାକ୍ତରଖାନା ଭିତରକୁ ନିଆଯିବା ବେଳେ ପାଖକୁ ଆସି ଚାଟି ଚାଟି ସାଥୀରେ ଚାଲିଥିଲା । ମୁହଁ ଖୋଲି କିଛି କହିପାରୁ ନଥିଲେ ବି ଘଟଣା ସମୟର ଦୃଶ୍ୟକୁ ଦେଖିଲେ ତା ’ ମଧ୍ୟରେ ରହିଥିବା ମମତାକୁ ଯେ କେହି ଅନୁଭବ କରିପାରିବ । ଏଭଳି ହୃଦୟ ବିଦରକ ଦୃଶ୍ୟ ସତରେ ଏକ ପ୍ରକାରର ଭାବବିହ୍ବଳ ପରିସ୍ଥିତି ସ୍ରୁଷ୍ଟି କରିଥିଲା ।

ଏଠାରେ କହିରଖିବାକୁ ଚାହୁଁଛୁକି ରାସ୍ତାରେ ଯାନବାହାନ ଚଳାଚଳ କରିବା ସମୟରେ ସତର୍କ ରୁହନ୍ତୁ । କଥା କହିପାରୁନଥିବା ଏହି ନିରୀହ ପଶୁମାନଙ୍କ କଥା ଟିକେ ଭାବନ୍ତୁ । କାରଣ ଏମାନଙ୍କ ସୁରକ୍ଷା ବି ଆମର ଦାୟିତ୍ବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.