ମାନସିକ ବିକାରଗ୍ରସ୍ତ ଜୁଆଡି ପୁଅର ଅତ୍ୟାଚାର ସହି ପାରିଲାନି ମା, ଶେଷରେ କଲା ହତ୍ଯା

ନୟାଗଡ(କେନ୍ଯୁଜ୍):ପୁଅକୁ ହତ୍ୟାକଲା ମାଆ । ମାନସିକ ବିକାର ଗ୍ରସ୍ତ ଜୁଆଡି ପୁଅର ଅତ୍ୟାଚାର ସହି ନପାରି ମାଆ ନିଜ ପୁଅକୁ ହତ୍ୟା କରିଛନ୍ତି । ଅଭିଯୁକ୍ତ ଦୁଇଜଣ ହେଲେ ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ନାହାକପଡା ଗାଁର ପଞ୍ଚୁ ବେହେରା ଓ ସର ବେହେରା ।

ପୁଅ ସବୁଦିନ ମଦ ପିଇ ଆସି ମାରପିଟ କରୁଥିଲା, ତେଣୁ ହାଣିଦେଲୁ ବୋଲି ଉଭୟ ବାପାମାଆ ପୋଲିସକୁ ସୂଚନା ଦେଇଛନ୍ତି । ଦୀର୍ଘଦିନ ହେବ ପୁଅ ବସନ୍ତ ବେହେରା ମାନସିକ ଭାରସାମ୍ୟ ହରାଇ ଏଣେତେଣେ ଘୁରି ବୁଲୁଥିଲେ । ସେପଟେ ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.