ଗୁଣି ଗାରେଡ଼ିରେ ମହିଳାଙ୍କ ମୃତ୍ୟୁ ସନ୍ଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ, ୫୦ରୁ ଉର୍ଦ୍ଧ୍ଵ ମହିଳା ଅଟକ

ଗଞ୍ଜାମ (କେନ୍ୟୁଜ): ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ। ସଂଘବଦ୍ଧ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ମଧୁରଝୋଳ ଗାଁ ଅଶାନ୍ତ। ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରଥମେ ଦୁଇଜଣଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଘଟଣା ପରେ ଗାଁରେ ପୋଲିସ ପହଞ୍ଚି ୯ଜଣ ପୁରୁଷଙ୍କୁ ଘରୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା।

ପରବର୍ତ୍ତୀ ସମୟରେ ପୁଣି ୫୦ରୁ ଉର୍ଦ୍ଧ୍ଵ ମହିଳାଙ୍କୁ ଥାନାକୁ ଉଠାଇ ନେଇଛି ପୋଲିସ । ଗୁରୁବାର ସକାଳୁ ଜଣେ ମହିଳାଙ୍କର ମୃତ୍ୟୁ ପରେ ,ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଗୁଣି ଗାରେଡ଼ି ସନ୍ଦେହକୁ କେନ୍ଦ୍ରକରି ଗତ ୨ ମାସ ହେଲା ଗାଁରେ ଅସନ୍ତୋଷ ଲାଗି ରହିଛି। ପୋଲିସ ମଧ୍ୟ ଘଟଣାର ସମାଧାନ ପାଇଁ ବାରମ୍ବାର ଉଦ୍ୟମ କରିଛି । ତା ସତ୍ତ୍ୱେ ଗତ ରାତିରେ ଉତ୍ତେଜନା ଦେଖା ଦେଇଥିଲା । ଗାଁର ଏକାଧିକ ଲୋକଙ୍କ ଆକ୍ରମଣରେ ଦୁଇ ପରିବାରର ଦୁଇ ଜଣ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.