ବେଙ୍ଗାଳୁରୁରରେ ସଙ୍ଗୀତ ବଜାଇବାକୁ ନେଇ ହତ୍ୟା, ଓଡ଼ିଶା ପୋଲିସ ଡିଏସପିଙ୍କ ୨ ପୁଅ ସମେତ ଅନ୍ୟ ଜଣେ ଗିରଫ

ବେଙ୍ଗାଲୁରୁରେ ହୋଇଥିବା ଏକ ହତ୍ୟା ଘଟଣାରେ ୩ ଜଣ ଯୁବକ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଓଡିଆ ପୋଲିସ ଅଧିକାରୀଙ୍କ ପୁଅ ବୋଲି ଜଣାପଡ଼ିଛି।

ବେଙ୍ଗାଳୁରୁ (କେନ୍ୟୁଜ): ଉଚ୍ଚ ଶବ୍ଦରେ ସଙ୍ଗୀତ ବଜାଇବାକୁ ନେଇ ହତ୍ୟା । ବେଙ୍ଗାଳୁରୁରରେ ଗିରଫ ହେଲେ ଓଡ଼ିଆ ପୋଲିସ ଅଧିକାରୀଙ୍କ ଦୁଇ ପୁଅ ସମେତ ୩ ଜଣ ଗିରଫ । ସେମାନଙ୍କ ଭିତରେ ଅଛନ୍ତି ଭୁବନେଶ୍ୱର ସ୍ଥିତ ଷ୍ଟେଟ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଡିଏସପି କେଶବ କୁମାର ସାମନ୍ତରାୟଙ୍କ ପୁଅ ବାସୁଦେବ ସାମନ୍ତରାୟ ଓ ଅନିରୁଦ୍ଧ ସାମନ୍ତରାୟ । ତୃତୀୟ ଅଭିଯୁକ୍ତ ହେଉଛି ସେମାନଙ୍କର ସାଙ୍ଗ ଅଭିଷେକ ସିଂ । ବାସୁଦେବ ଏକ କନଷ୍ଟ୍ରକସନ୍‌ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଥିବା ବେଳେ ସାନଭାଇ ଅନିରୁଦ୍ଧ ଦିଲ୍ଲୀର ଏକ ପ୍ରାଇଭେଟ୍‌ ଫାର୍ମରେ କାମ କରୁଥିଲେ । ସେହିପରି ତୃତୀୟ ଅଭିଯୁକ୍ତ ଅଭିଷେକ ଏକ ସଫ୍ଟେଓ୍ଵୟାର କମ୍ପାନୀରେ ଆଡଭୋକେଟ୍‌ ଅଛନ୍ତି ।

ଗତ ୨ ତାରିଖରେ ବାସୁଦେବଙ୍ଗ ଘରେ ଏକ ପାରିବାରିକ ଉତ୍ସବ ହେଉଥିଲା । ଉତ୍ସବରେ ଅନିରୁଦ୍ଧ ଓ ଅଭିଷେକ ସାମିଲ ଥିଲେ । କାର୍‌ରେ ସେମାନେ ଜୋର୍‌ରେ ଉଚ୍ଚ ଶବ୍ଦରେ ମ୍ୟୁଜିକ୍‌ ସିଷ୍ଟମ୍‌ ବଜାଉଥିବା ବେଳେ ବିରୋଧ କରିଥିଲେ ପଡ଼ୋଶୀ ଲଏଡ୍‌ ନେହେମିୟା । ଏହାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ଲଏଡଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ବାସୁଦେବ, ତାଙ୍କ ଭାଇ ଓ ସାଙ୍ଗ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ଦିନ ପରେ ଗତ ୫ ତାରିଖରେ ପ୍ରାଣ ହରାଇଥିଲେ ଲଏଡ୍‌ । ଏନେଇ ତାଙ୍କ ଭାଇ କର୍ଣ୍ଣେଲ ଡେଭିଡ୍‌ ନେହେମିୟା ଥାନାରେ ଏତଲା ଦେଇଥିଲେ ।

ଗତ ଗୁରୁବାର ଦିନ ଗିରଫ ହୋଇଥିଲେ ଅଭିଷେକ ଓ ବାସୁଦେବ । ଏମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ବେଙ୍ଗାଲୁରୁ ପୋଲିସ । ଏହି ମାମଲାରେ ଅନିରୁଦ୍ଧଙ୍କୁ ଦିଲ୍ଲୀରୁ ଗିରଫ କରି ବେଙ୍ଗାଳୁରୁ ଆଣିଛି ପୋଲିସ । ତେବେ ଏନେଇ ଡିଏସପି କେଶବ କୁମାର ସାମନ୍ତରାୟଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଗିରଫ ବାସୁଦେବ ଏକ କନଷ୍ଟ୍ରକସନ୍‌ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଥିବା ବେଳେ ସାନଭାଇ ଅନିରୁଦ୍ଧ ଦିଲ୍ଲୀର ଏକ ପ୍ରାଇଭେଟ୍‌ ଫାର୍ମରେ କାମ କରୁଥିଲେ । ସେହିପରି ତୃତୀୟ ଅଭିଯୁକ୍ତ ଅଭିଷେକ ଏକ ସଫ୍ଟେଓ୍ଵୟାର କମ୍ପାନୀରେ ଆଡଭୋକେଟ୍‌ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.