ଆସନ୍ତା ୨୯ରେ ଶପଥ ନେବେ ନବୀନ : ଯୋଗ ଦେଇପାରନ୍ତି ଦେଶର ବହୁ ଶିଳ୍ପପତି ଓ ନାମିଦାମୀ ବ୍ୟକ୍ତି, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ଡିଜି

ଶପଥ ଗ୍ରହଣ ଉତ୍ସବ ପାଇଁ ସଜବାଜ । ସାଧାରଣ ଲୋକଙ୍କ ସାମନାରେ ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନବୀନ ପଟ୍ଟନାୟକ। ଓଡ଼ିଶା ଇତିହାସରେ ପ୍ରଥମ ଥର ରାଜଭବନ ବାହାରେ ଭବ୍ୟ ଉତ୍ସବ ଅନୁଷ୍ଠିତ ହେଉଛି। ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା ୨୯ ତାରିଖ ସକାଳ ସାଢ଼େ ୧୦ଟାରେ ଶପଥ ଗ୍ରହଣ ସମାରୋହ ରହିଛି । କାର୍ଯ୍ୟକ୍ରମରେ ଯୋଗ ଦେବେ ରାଜ୍ୟପାଳ, ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ସମେତ ଦେଶରେ ବହୁ ଶିଳ୍ପପତି ଓ ନାମିଦାମୀ ବ୍ୟକ୍ତିବିଶେଷ। ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ୫ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ସାମିଲ ହେବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ସ୍ୱତନ୍ତ୍ର ଟ୍ରାଫିକ୍‌ ସୁବିଧା ସହ ବିଭିନ୍ନ ସ୍ଥାନରେ କରାଯାଉଛି ପାର୍କିଂ ବ୍ୟବସ୍ଥା ।

ଶପଥ ଗ୍ରହଣ ଉତ୍ସବର ସୁରକ୍ଷା ଦାୟିତ୍ୱ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତିଙ୍କୁ ଦିଆଯାଇଛି । ପ୍ରାଥମିକ ଭାବେ ୨୫ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବାକୁ ଯୋଜନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.