ଶ୍ରାବଣରେ ବି ସିଝୁଛି ଓଡିଶା: ଆହୁରି ୪ ଦିନ ଯାଏ ଗୁଳୁଗୁଳି

ଅଗଷ୍ଟରେ ବଢୁଛି ତାତି । ଖରା ସାଙ୍ଗକୁ ଗୁଳୁଗୁଳି ହେଉଛି । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଏମିତି ପାଗ ରହିବ । ମୌସୁମୀ ଦୁର୍ବଳ ହେବାରୁ ଉତ୍ତପ୍ତ ହେଉଛି ରାଜ୍ୟ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ ବଢୁଛି ।

ଭୁବନେଶ୍ୱର (କେନ୍ୟୁଜ): ଦୁର୍ବଳ ପଡ଼ିଛି ମୌସୁମୀ । ବର୍ଷାର ନା ଗନ୍ଧ ନାହିଁ । ଅଗଷ୍ଟରେ ବଢୁଛି ତାତି । ଖରା ସାଙ୍ଗକୁ ଗୁଳୁଗୁଳି ହେଉଛି । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଏମିତି ପାଗ ରହିବ । ମୌସୁମୀ ଦୁର୍ବଳ ହେବାରୁ ଉତ୍ତପ୍ତ ହେଉଛି ରାଜ୍ୟ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ ବଢୁଛି । ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ବି ରହିଛି । ଏନେଇ ଦୁଇ ଦିନ ପାଇଁ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଆଜି ପାଇଁ ୧୧ ଜିଲ୍ଲା ଓ ଆସନ୍ତାକାଲି ପାଇଁ ୧୦ ଜିଲ୍ଲାକୁ ଦିଆଯାଇଛି ୟଲୋ ଆଲର୍ଟ । ମୌସୁମୀ ଋତୁରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୪୮ ମିଲିମିଟର ବର୍ଷା ହୋଇଛି । ଯାହା ସ୍ବାଭାବିକ ବର୍ଷା ୬୮୬.୮ ମିଲିମିଟର ତୁଳନାରେ ୬ ପ୍ରତିଶତ କମ୍ । ଜୁନ୍ ୧ରୁ ଆଜି ସୁଦ୍ଧା ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ୩ ଜିଲ୍ଲାରେ ଅତ୍ୟଧିକ ଓ ବାକି ୧୭ ଜିଲ୍ଲାରେ ସ୍ବାଭାବିକ ବୃଷ୍ଟିପାତ ରେକର୍ଡ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.