ସହିଦ ସୁଶାନ୍ତ ଖୁଣ୍ଟିଆଙ୍କୁ ଝୁରୁଛି ପରିବାର: ଆଜି ଜନ୍ମମାଟିରେ ପହଞ୍ଚିବ ପାର୍ଥିବ ଶରୀର

ସୁଶାନ୍ତଙ୍କୁ ହରାଇ କାନ୍ଦୁଛି ସାରା ଓଡ଼ିଶା । ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରେ । ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ଗାଁରେ ଶୋକାକୂଳ ପରିବେଶ । ବୀର ପୁଅକୁ ସମସ୍ତେ ଅନାଇ ବସିଛନ୍ତି ।

କେନ୍ଦୁଝର (କେନ୍ୟୁଜ): ଝାଡ଼ଖଣ୍ଡରେ ନକ୍ସଲ ଗୁଳିରେ ସହିଦ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କର ଆଜି ଜନ୍ମମାଟିରେ ପହଞ୍ଚିବ ପାର୍ଥିବ ଶରୀର । ସୁଶାନ୍ତଙ୍କୁ ହରାଇ କାନ୍ଦୁଛି ସାରା ଓଡ଼ିଶା । ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରେ । ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ଗାଁରେ ଶୋକାକୂଳ ପରିବେଶ । ବୀର ପୁଅକୁ ସମସ୍ତେ ଅନାଇ ବସିଛନ୍ତି । ଦୁଇଦିନ ତଳେ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଗୋଏଲକେରା ଥାନା ଅଞ୍ଚଳର କୋଲହନ ଜଙ୍ଗଲରେ କମ୍ବିଂ ଅପରେସନ୍ ବେଳେ ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇଥିଲା । ଏଥିରେ ସହିଦ ହୋଇଥିଲେ ସୁଶାନ୍ତ ।

ସୁଶାନ୍ତଙ୍କ ବିୟୋଗ ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଠିଆ କରି ଦେଇଛି । ତିନି ବର୍ଷରେ ସୁଶାନ୍ତଙ୍କ ବାପା ଓ ଦୁଇ ଭାଇ ଆଗପଛ ହୋଇ ଆରପାରିକୁ ଚାଲି ଯାଇଛନ୍ତି । ୨୦୨୦ରେ ସୁଶାନ୍ତଙ୍କ ବାପା ଆତୁଳ ଖୁଣ୍ଟିଆ ଓ ଚଳିତ ବର୍ଷ ବଡଭାଇ ସନ୍ତୋଷ ଖୁଣ୍ଟିଆ ଓ ମଝିଆ ଭାଇ ପ୍ରଶାନ୍ତ ଖୁଣ୍ଟିଆ ପ୍ରାଣ ହରାଇଥିଲେ । ଏବେ ସୁଶାନ୍ତଙ୍କ ମା’ ଚିକିତ୍ସାଧୀନ ଅଛନ୍ତି । ଭୁବନେଶ୍ବରର ଏକ ହସ୍ପିଟାଲରେ ମା’ଙ୍କ ଦାୟିତ୍ବରେ ଅଛନ୍ତି ଭଉଣୀ । ଏବେ ସୁଶାନ୍ତଙ୍କ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଦୁଇମାସ ତଳେ ସେ ବିବାହ କରିଥିଲେ । ସୁଶାନ୍ତଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୧ରେ ସିଆରପିଏଫରେ ନିଯୁକ୍ତି ପାଇଥିଲେ ସୁଶାନ୍ତ ଖୁଣ୍ଟିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.