୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା, ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା

ଭୁବନେଶ୍ବର: ୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା । ରାଜ୍ୟରେ ୨୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା । ଅନ୍ୟ ଜନବସତି ଅଞ୍ଚଳ ସହ ବସ୍ତି ଅଞ୍ଚଳରେ ବି ସାମଗ୍ରିକ ବିକାଶ କରାଯିବ । ରାଜ୍ୟରେ ଆଉ ରହିବ ନାହିଁ ବସ୍ତି । ବସ୍ତିବାସିନ୍ଦାଙ୍କ ନିକଟରେ ସରକାର ପହଞ୍ଚାଇବେ ସମସ୍ତ ସୁବିଧା ।

ବିଜୁଳି, ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଓ ପରିମଳ ଉପରେ ଦିଆଯିବ ଗୁରୁତ୍ୱ । ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦେଶ ରହିଛି, ବସ୍ତିରେ ଉନ୍ନତି କରିବା ସହ ଏହାକୁ ଡି-ନୋଟିଫାଏଡ଼ କରାଯିବ । ରାଜ୍ୟର ସମସ୍ତ ପୌରାଞ୍ଚଳକୁ ମିଳୁଥିବା ବ୍ୟୟବରାଦର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ଖର୍ଚ୍ଚ କରାଯିବ । ଏହା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.