ଗଞ୍ଜାମ ବାଦୁଳା ଗାଁରେ ଅଘଟଣ : ସଂଘବଦ୍ଧ ଆକ୍ରମଣରେ ଗଲା ଯବାନଙ୍କ ଜୀବନ

ଭଞ୍ଜନଗର: ସଂଘବଦ୍ଧ ଆକ୍ରମଣରେ ଗଲା ଜଣଙ୍କର ଜୀବନ, ଏବଂ ଆଉ ଜଣେ ଆହତ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବାଦୁଳା ଗାଁରେ ଘଟିଛି ଏଭଳି ଅଘଟଣ । ମୃତ ଯୁବକ ହେଲେ ଆସିକା ନିକଟସ୍ଥ ସାହସପୁର ଗ୍ରାମର ରଞ୍ଜନ ନାହାକ । ସେ ସେନା ବିଭାଗରେ ଚାକିରି କରୁଥିଲେ । ଆହତ ଯୁବକ ଜଣଙ୍କ ନନ୍ଦିଘୋର ଗ୍ରାମର ବିନୋଦ ଗୌଡ । ସେ ଗୁରୁତର ଅବସ୍ଥାରେ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

JAWAN-3

ଗାଙ୍ଗପୁର ଥାନା ଅଧିକାରୀ ଦେଇଥିବା ସୂଚନା ଅନୁସାରେ ୨ଟି ବାଇକ୍ ରେ ୬ଜଣ ଯୁବକ ଗାଙ୍ଗପୁର ଥାନା ଅନ୍ତର୍ଗତ ବାଦୁଳା ଗାଁକୁ ଯାଇଥିଲେ । ବାଦୁଳା ଗ୍ରାମବାସୀ ଏମାନଙ୍କର କାର୍ଯ୍ଯକଳାପକୁ ନାପସନ୍ଦ କରିବା ସହ ସେମାନଙ୍କୁ ଆକ୍ରମଣ କରିଥିଲେ। ଯାହା ପରେ ଘଟିଥିଲା ଏଭଳି ଅଭାବନୀୟ ପରିସ୍ଥିତି । ଉତ୍ତ୍ୟକ୍ତ ଲୋକେ ବାଇକ୍ ଦୁଇଟିକୁ ଭାଙ୍ଗି ଦେଇଛନ୍ତି ।
ତେବେ ଏହି ଦୁଇ ଜଣ ଲୋକଙ୍କ ହାବୁଡ଼ରେ ପଡ଼ି ଯାଇଥିବା ବେଳେ ଅନ୍ୟ ଚାରିଜଣ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ । ଘଟଣାକୁ ନେଇ ଗାଙ୍ଗପୁର ପୋଲିସ୍ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.