Below header

Dr. Reddy’s Laboratories ଲଞ୍ଚ୍‌ କଲା କରୋନା ମେଡିସିନ୍ Avigan, ୪୨ ସହରରେ ହେବ ମାଗଣା ହୋମ୍‌ ଡେଲିଭରି

ଭାରତର ବଡ଼ ଫାର୍ମା କମ୍ପାନୀ Dr. Reddy Laboratories ବୁଧବାର କରୋନା ଭାଇରସ୍‌ ମହାମାରୀର ଚିକିତ୍ସା ପାଇଁ ଔଷଧ Avigan ଟାବ୍‌ଲେଟର ବଜାର ପ୍ରବେଶ ନେଇ ଘୋଷଣା କରିଛି। ଏହି ମେଡିସିନ୍‌ କୋଭିଡ୍‌-୧୯ର ଚିକିତ୍ସାରେ ସହାୟକ ହେବ। କମ୍ପାନୀ ଏବେ Avigan ର ୨୦୦ ମିଲିଗ୍ରାମ୍‌ ବଟିକାକୁ ଭାରତରେ ବଜାର ପ୍ରବେଶ କରାଇଛି।

ଏଥିସହ କମ୍ପାନୀ ତରଫରୁ କୁହାଯାଇଛି ଯେ ୨୦୦ ମିଲିଗ୍ରାମ୍‌ ବଟିକାକୁ ଦେଶର ୪୨ଟି ସହରରେ ମାଗଣାରେ ହୋମ୍‌ ଡେଲିଭରି ମଧ୍ୟ କରାଯାଉଛି। ମେଡିସିନ୍‌ ଅର୍ଡର କରିବା ପାଇଁ ହେଲ୍ପଲାଇନ୍‌ ନମ୍ବର 1800-267-0810 କିମ୍ବା www.readytofightcovid.in ରେ ସୋମବାରରୁ ଶନିବାର ସକାଳ ୯ରୁ ରାତି ୯ଟା ଯାଏଁ ଯୋଗାଯୋଗ କରିପାରିବେ। ଏହା ପୂର୍ବରୁ ମଧ୍ୟ କରୋନାର ଚିକିତ୍ସା କରୁଥିବା ମେଡିସିନ୍‌ Favipiravir ର ଜେନେରିକ ଭର୍ସନ୍‌କୁ କେତେକ କମ୍ପାନୀ ଅଲଗା ଅଲଗା ନାଁରେ ଲଞ୍ଚ୍‌ କରିସାରିଛନ୍ତି।

corona

ଏନେଇ Dr. Reddy Laboratories ର ବ୍ରାଣ୍ଡେଡ୍‌ ମାର୍କେଟର ସିଇଓ MV Ramana କହିଛନ୍ତି ଆମ ପାଇଁ ଉତ୍ତମ ଗୁଣବତ୍ତା, ଉଚ୍ଚ କ୍ଷମତା, ରୋଗ ନିୟନ୍ତ୍ରଣକୁ ପ୍ରାଥମିକତା ଦେଉଛୁ। ମୋ ଅନୁସାରେ Avigan ଟାବ୍‌ଲେଟ୍‌ ଭାରତରେ କୋଭିଡ୍‌-୧୯ ସଂକ୍ରମଣକୁ ନିଶ୍ଚୟ ରୋକିବ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଭାରତରେ MSN ଗ୍ରୁପ୍‌, ସିପ୍ଲା, ହେଟେରୋ, ଗ୍ଲେନ୍‌ମାର୍କ, ସନ୍‌ ଫାର୍ମା, ଜେନ୍‌ଓ୍ଵର୍କ୍ଟ ଫାର୍ମା ମଧ୍ୟ ଫେବିପିରାଭିରର ଟାବ୍‌ଲେଟକୁ ଅନ୍ୟ ନାଁରେ ବଜାରକୁ ଛାଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.