ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ଜାରି ହେଲା ଗାଇଡ଼ଲାଇନ: ଏହି ସବୁ ନିୟମ ପାଳିବେ ପରୀକ୍ଷାର୍ଥୀ

କଟକ(କେନ୍ୟୁଜ୍): ୨୦ ଜାନୁଆରୀରେ ହେବାକୁ ଥିବା ଓଡିଶା ସିଭିଲ ସର୍ଭିସ ୨୦୨୦ ମୁଖ୍ୟ ପରୀକ୍ଷା ପାଇଁ ଜାରି ହେଲା ଗାଇଡ଼ଲାଇନ। ପରୀକ୍ଷାର୍ଥୀଙ୍କ ପାଇଁ N-95 ମାସ୍କ ବାଧ୍ୟତାମୂଳକ କରାଯାଇଛି। ବିନା ମାସ୍କରେ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀ ନିଜସ୍ଵ ଛୋଟ ସାନିଟାଇଜର ସାଙ୍ଗରେ ନେଇ ଯିବେ।
କୋଭିଡ ୧୯ର ସମସ୍ତ ଗାଇଡ଼ଲାଇନ ହଲ ଭିତରେ ପାଳନ କରିବାକୁ ନିର୍ଦ୍ଦେଶ। ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପରାମର୍ଶ। କୋଭିଡ ଲକ୍ଷଣ ଜଣାପଡିଲେ ତୁରନ୍ତ ଇନଭିଜିଲେଟରଙ୍କୁ ଜଣାଇବେ ପରୀକ୍ଷାର୍ଥୀ। ଏଭଳି ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ହଲ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ଓପିଏସସି।
ଆସିଷ୍ଟାଣ୍ଡ ସର୍ଜନ ପରୀକ୍ଷା ପାଇଁ ମଧ୍ୟ ଲାଗୁ ହେବ ଏହି କଟକଣା। ଜାନୁଆରୀ ୨୦ ରୁ ସିଭିଲ ସର୍ଭିସ ମୁଖ୍ୟ ପରୀକ୍ଷା ହେଉଥିବା ବେଳେ ଜାନୁଆରୀ ୨୩ ରୁ ଆରମ୍ଭ ହେଉଛି ଆସିଷ୍ଟାଣ୍ଡ ସର୍ଜନ ପରୀକ୍ଷା।