କୋଭିଡ କଟକଣା ଭିତରେ ହେବ ପଞ୍ଚାୟତ ନିର୍ବାଚନ, ଖୁବ ଶୀଘ୍ର ଆସିବ ଗାଇଡଲାଇନ

ଭୁବନେଶ୍ବର(କେନ୍ୟୁଜ୍):  ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ଗ୍ରୀନ୍‌ ସିଗନାଲ୍‌ । କୋଭିଡ଼ କଟକଣାରେ ହେବ ନିର୍ବାଚନ । ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା ହେବ । ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ଦେଇଥିବା ମନ୍ତବ୍ୟରୁ ଏହାର ସ୍ପଷ୍ଟ ଆଭାସ ମିଳିଛି । କେନ୍ଦ୍ର ନିର୍ବାଚନ ଆୟୋଗ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଯେଉଁ କଟକଣା ଯୁକ୍ତ ଗାଇଡଲାଇନ ଜାରି କରିଛନ୍ତି ସେହି ଗାଇଡ଼ଲାଇନକୁ ଅନୁସରଣ କରି ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

election commission

ଅନ୍ୟପଟେ କୋଭିଡ଼ ଭିତରେ ପଞ୍ଚାୟତ ନିର୍ବାଚନ କରିବାକୁ ନେଇ ଭିନ୍ନ ଭିନ୍ନ ମତ ଆସିଛି। କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ୨ରୁ ୩ ମାସ ନିର୍ବାଚନ ଘୁଞ୍ଚାଇବା ପାଇଁ କଂଗ୍ରେସ ଓ ବିଜେପି ରାଜ୍ୟ ନିର୍ବାଚନ କମିଶନଙ୍କ ଆଗରେ ପ୍ରସ୍ତାବ ରଖିଥିଲେ । ସେପଟେ ବିଜେଡି ସମେତ ଆଉ କିଛି ଦଳ ନିର୍ବାଚନ ସପକ୍ଷରେ ମତ ରଖିଛନ୍ତି । କୋଭିଡ ଗାଇଡଲାଇନ ଭିତରେ ନିର୍ବାଚନ ହେଲେ ସଂପୂର୍ଣ୍ଣ ସହଯୋଗ କରାଯିବ ବୋଲି ବିଜେଡି କହିଛି ।

କୋଭିଡ ସଂକ୍ରମଣ ଯୋଗୁ ପଞ୍ଚାୟତ ନିର୍ବାଚନ ଘୁଞ୍ଚାଇବାକୁ ଦାବି ହେଉଥିବା ବେଳେ ଗତବର୍ଷ କଟକଣାରେ ୟୁପି ପଞ୍ଚାୟତ ନିର୍ବାଚନ ହୋଇଥିଲା । ସେତେବେଳେ ନିର୍ବାଚନକୁ ବନ୍ଦ କରିବା ନେଇ ଦାୟର ଜନସ୍ୱାର୍ଥ ମାମଲାକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.