ଘରେ ଅଚାନକ ଲାଗୁଛି ନିଆଁ, ପୋଡ଼ି ଯାଉଛି ଆସବାବପତ୍ର

ମାହାଙ୍ଗା (କେନ୍ୟୁଜ୍‌) : କଟକ ଜିଲ୍ଲା ମାହାଙ୍ଗା ସମସରପୁର ଗ୍ରାମର ଶାନ୍ତିଲତା ମହାନ୍ତିଙ୍କ ଘରେ ଅଚାନକ ନିଆଁ ଲାଗି ଘରର ସମସ୍ତ ଲୁଗାପଟା ପୋଡିଯାଇଥିବା ଦେଖିବାକୁ ମିଳିଛି। କ୍ରମାଗତ ଭାବରେ ୬ ଦିନ ଧରି କେବଳ ଦିନ ସମୟରେ ଅଚାନକ ଭାବେ ନିଆଁ ଲାଗି ଯାଉଛି ।

ଏପରିକି ଘରର ଖଟ, ଗଦି ଓ ଲୁଗାପଟା ପୋଡିଯାଇଛି । ତେବେ ଶାନ୍ତିଲତାଙ୍କ ପରିବାର ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଏହାର ନିରାକରଣ ପାଇଁ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.