ଆଗ ପଛ ହୋଇ ଦୁଇ ପୁଅଙ୍କ ଗୋଡ ହୋଇଗଲା ବଙ୍କା, ପୁଅ ଦୁହିଁଙ୍କ ବିକଳାଙ୍ଗ ଅବସ୍ଥା ଦେଖି ଚିନ୍ତାରେ ବାପା ମା

କେନ୍ଦ୍ରାପଡା (କେନ୍ୟୁଜ) : ଖୁସି ଯେ କେତେବେଳେ ଦୁଃଖରେ ବଦଳିଯିବ ତାହା କେହି କହିପାରିବେନାହିଁ। ମଣିଷ ଜୀବନରେ ଖୁସି ଯେ ଚିରସ୍ଥାୟୀ ଏଇଟା ପୂର ସତ। କାହିଁକିନା ଦୁଃଖ କେତେବେଳେ ଯେ କାହା ଜୀବନରେ ଆସିବ ତାହା କେହି ଜାଣନ୍ତିନି। କେନ୍ଦ୍ରାପଡା ଦୁମୁକା ଗାଁର ସାରଦା ପ୍ରସନ୍ନ କର ଙ୍କର ଦୁଇପୁଅ ଦେଖିବା ପାଇଁ ସୁନ୍ଦର। ଭଲ ପାଠ ପଢ଼ନ୍ତି କିନ୍ତୁ, ପାଞ୍ଚ ବର୍ଷ ତଳେ ହଠାତ ଗୋଡ ହାତ ବଙ୍କା ହୋଇଗଲା ଏବେ ବିକଳାଙ୍ଗ ପରି ଦେଖା ଯାଉଛିନ୍ତି ଦୁଇ ପୁଅ। ଚିକିସ୍ଛା ପାଇଁ ଅର୍ଥ ନାହିଁ, ରୋଗ କଣ ଜଣା ବି ପଡୁନି। ପିଣ୍ଡା ଉପରେ ଚେୟାରରେ ବସିଥିବା ଏ ବ୍ୟକ୍ତି ହେଉଛନ୍ତି ସାରଦା ପ୍ରସନ୍ନ। ତାଙ୍କ ପାଖରେ ବସିଛନ୍ତି ତାଙ୍କର ଦୁଇ ପୁଅ। ଦୁଇ ପୁଅ ଚେୟାରରେ ବସିଛନ୍ତି ମା ଖୁଆଇ ଦେଉଛନ୍ତି। ଏଦୃଶ୍ଯ ଦେଖି ଯିଏ କେହି ଭାବିବେ, ପୁଅ ମାନକୁ ମା ଖୁସିରେ ଖୋଇଦେଉଛନ୍ତି। କିନ୍ତୁ ନା ବାସ୍ତବ କଥା ଜାଣିଲେ ଛାତି ଥରି ଉଠିବ। ପାଦ ତଳୁ ମାଟି ଖସିଯିବ।

କେନ୍ଦ୍ରାପଡା ଡେରାବିଷ ବ୍ଲକ ଅନ୍ତର୍ଗତ ଗୋଳରହାଟ ପଞ୍ଚାୟତର ଦୁମୁକା ହାଟ ଗାଁ ଏହି ଗାଁର ସାରଦା ପ୍ରସନ୍ନ କର ହେଉଛନ୍ତି ଜଣେ ରଙ୍ଗ ମିସ୍ତ୍ରୀ। ବୁଲି ବୁଲି ଘର ରଙ୍ଗ କରନ୍ତି, ଯାହା ରୋଜଗାର ହୁଏ ଦୁଇ ପୁଅ ଓ ସ୍ତ୍ରୀଙ୍କଚ ନେଇ ଖୁସିର ସଂସାର ଚାଲେ। ବିବାହର ସାତ ବର୍ଷ ପରେ ଘରେ ପୁଅଟିଏ ଜନ୍ମ ନେଲା ଆଉ ତାର ଦୁଇ ବର୍ଷ ପରେ ଆଉ ଏକ ପୁଅ ଜନ୍ମ ନେଲା। ଦୁଇ ପୁଅ ଭଲ ପଢୁଥିବାରୁ ସାରଦା ପ୍ରସନ୍ନଙ୍କର ଖୁସି ଅନେକ। ଏହି ଖୁସିର ସଂସାରରେ କେହି ନଜର ପକାଇବା ପରି ସବୁ କିଛି ସୁଖ କେଉଁଆଡ଼େ ଯେମିତି ଉଭାନ ହୋଇଗଲା। ଏବେ ପାଟିକୁ ଦାନା ଯାଉନି। ଦୁଇ ପୁଅ ବୋଲି ବାପା ମାଆ ବହୁତ ଖୁସି ଥିଲେ ଭାବିଥିଲେ ଆଉ ଜୀବନର କଣ ଅଛି, ଜଗା ବଳିଆ ଭଳି ପୁଅ ଦୁଇ ଜଣ ଅଛନ୍ତି ବୃଦ୍ଧ କାଳେ ସାହାରା ହେବେ। କିନ୍ତୁ ଏସବୁ ସ୍ୱପ୍ନ ଭାଙ୍ଗି ରୁଜି ଚୁରମାର ହୋଇଗଲା ସେତେବେଳେ ଯେତେବେଳେ ଦୁଇ ପୁଅ ହଠାତ୍‌ ବିକଳାଙ୍ଗ ହୋଇଗଲେ।
ସାନ ପୁଅ ଅଷ୍ଟମ ଶ୍ରେଣୀରେ ପଢୁଛି କିନ୍ତୁ ସ୍କୁଲକୁ ଯାଇ ପାରୁନି।

childପିଲାବେଳୁ ଏମାନେ ସୁସ୍ତ ସବଳ ଥିଲେ, ଅନ୍ଯ ପିଲାଙ୍କ ସାଙ୍ଗରେ ଖେଳୁଥିଲେ, ବୁଲୁଥିଲେ। ବଡ ପୁଅ ତୁଷାର ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳେ ଗୋଡ ତଳେ ଲଗାଇ ପାରିଲା ନାହିଁ। ଧୀରେ ଧୀରେ ଗୋଡ ହାତ ବଙ୍କା ହୋଇଗଲା। ନିଜେ ଉଠିବା ସମ୍ଭବ ହେଲା ନାହିଁ। ବଡ ପୁଅକୁ ଚିକିତ୍ସା କରୁଥିବା ବେଳେ ୩ ବର୍ଷ ତଳେ ସାନ ପୁଅ ହରପ୍ରସାଦର ଦେହ ଖରାପ ହେଲା। ବଡ ଭାଇ ଭଳି ସେ ମଧ୍ୟ ଗୋଡ ତଳେ ଲଗାଇ ପାରିଲା ନାହିଁ, ପାଦ ଦୁଇଟି ପୂରା ବଙ୍କା ହୋଇଗଲା ଚାଲିବା କଷ୍ଟସାଧ୍ୟ ହୋଇପଡିଲା ଦୁଇ ଭାଇଙ୍କ ପାଇଁ। ଆଉ ଏବେ ଦୁଇ ପୁଅ ବିକଳାଙ୍ଗ ପରି ବସି ରହୁଛନ୍ତି।

ଏବେ ଦୁଇ ପୁଅଙ୍କର ବିକଳାଙ୍କ ଅବସ୍ଥା ଦେଖି ବାପା ମାଆ କଟକ ବଡ଼ ମେଡିକାଲ ଠାରୁ ଆରମ୍ଭ କରି କେତେ ଆଡେ ଚିକିସ୍ଛା ପାଇଁ ବୁଲି ସାରିଲେଣି। କିନ୍ତୁ ରୋଗ କଣ ଏଯାଏଁ ଜଣା ପଡୁନି କି ଅର୍ଥ ଯୋଗାଡ଼ ହୋଇ ପାରୁନି। ସେଥିପାଇଁ ବାପା ମାଆ ଏବେ ଚିନ୍ତାରେ। ବାପା ମାଆଙ୍କ ପାଟିକୁ ଖାଦ୍ୟ ଯାଉନି। ପିଲା ଦୁଇଟିଙ୍କ ଅବସ୍ଥା ଦେଖିଲେ ଆଖିରୁ ଅଶ୍ରୁ ବହି ଯାଉଛି। ପିଲାଙ୍କୁ କେମିତି ଭଲ କରିବେ ସେଇ ଚିନ୍ତାରେ ବାପା ମାଆଙ୍କ ଆଖିରେ ନିଦ ନାହିଁ। ତେଣୁ ସବୁକିଛି ଅର୍ଥ ଶେଷ ହୋଇଯିବା ପରେ ଏବେ ଆପଣଙ୍କ ସାହାଯ୍ୟ ଲୋଡିଛନ୍ତି ବାପା ସାରଦା। ଆପଣଙ୍କର ଗୋଟିଏ ସାହାଯ୍ୟ ସେମାନଙ୍କୁ ହୁଏତ ବଡ ସାହାଯ୍ୟ ଯୋଗାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.